ପୁଣି କଲେଜରେ ହିଂସା ! ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଛାତ୍ରଙ୍କୁ ହତ୍ୟା ଅଭିଯୋଗ

31

କନକ ବ୍ୟୁରୋ: ପୁଣି କଲେଜ ପରିସରରେ ଦେଖିବାକୁ ମିଳିଛି ହିଂସା । ଗତକାଲି ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ହତ୍ୟା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ।

ବିଜୟୀ ସଭାପତି ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଗୋଦାବରୀଶ ପଲାଇଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଛାତ୍ର ଜଣଙ୍କ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ଗତ ୩ ଦିନ ହେବ ସେ ନିଖୋଜ ଥିଲେ । ତେବେ ଗତକାଲି ଭୋଟ ସରିବା ପରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଏନେଇ ଅଭିଯୋଗ ଆସିବା ପରେ ବାଣପୁର ପୁଲିସ ତନାଘନା ଚଳାଇଛି ।