ନିର୍ବାଚନ ଆୟୋଗର ତାଗିଦ୍: ଭୋଟ ନଦେଲେ ତ୍ରାହି ପାଇବେନି ଭୋଟର, ପ୍ରତିଟି ମତଦାତାଙ୍କ ମୋବାଇଲକୁ ଯିବ ଏଭଳି ମେସେଜ

ବୁଥର ନକ୍ସା ସହିତ ଛପାଯିବ ମତଦାତା ହେଲପଲାଇନ ନମ୍ବର

491

ପାଂଚ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ସରଗରମ ହୋଇଛି ରାଜନୀତି । ନେତାମାନେ ମତଦାତାଙ୍କୁ ମନେଇବା ପାଇଁ ବିଭିନ୍ନ ପ୍ରକାରର ନୀତି ଆପଣାଇବାରେ ଲାଗିପଡିଛନ୍ତି । ଅନ୍ୟପଟରେ ନିର୍ବାଚନ ଆୟୋଗ ମଧ୍ୟ କିଭଳି ମତଦାନ କେନ୍ଦ୍ରମାନଙ୍କରେ ଅଧିକରୁ ଅଧିକ ଭୋଟରଙ୍କୁ ପହଂଚା ଯାଇ ପାରିବେ ସେନେଇ ବିଭିନ୍ନ ପ୍ରକାରର ଯୋଜନା ମାନ ପ୍ରୟୋଗ କରୁଛନ୍ତି । ଏଥରକ ମଧ୍ୟପ୍ରଦେଶ ନିର୍ବାଚନ ସମୟରେ ଭୋଟ ସ୍ଲିପରେ ପୁଲିଂ ବୁଥର ନକ୍ସା ଛପାଯିବ । ଏହାଛଡା ଭୋଟ ନ ଦେବା ଦ୍ୱାରା ମତଦାତାଙ୍କର ମୋବାଇଲରେ ଭଏସ ମେସେଜ ମଧ୍ୟ ପଠାଯିବ ।

ବୁଥର ନକ୍ସା ସହିତ ଛପାଯିବ ମତଦାତା ହେଲପଲାଇନ ନମ୍ବର

ବିଧାନସଭାରେ ପ୍ରଥମ ଥର ମତାଦାତାଙ୍କ ସୁବିଧା ପାଇଁ ନିର୍ବାଚନ ଆୟୋଗ ଫଟୋ ବାଲା ଭୋଟ ସ୍ଲିପ ପଛରେ ପୁଲିଂ ବୁଥର ନକ୍ସା ମଧ୍ୟ ଛାପିବ । ଏହି ଭୋଟ ସ୍ଲିପ ମତଦାତାଙ୍କ ଘରେ ୫ ଦିନ ପୂର୍ବରୁ ହିଁ ପହଂଚାଇଦିଆଯିବ । ଏହି ସ୍ଲିର୍ପିରେ ବୁଥ ନମ୍ବର, ନିର୍ବାଚନ ତାରିଖ ଏବଂ ସମୟ, ମତଦାତା ହେଲପନାଇନ ନମ୍ବର ବ୍ୟତୀତ ବିଏଲଓଙ୍କ ନାଁ ଏବଂ ମୋବାଇଲ ନମ୍ବର ମଧ୍ୟ ଛପାଯିବ । ଏହାଛଡା ଏଥିରେ ମତଦାନ ସମ୍ବନ୍ଧିତ ଅନେକ ସାରା ତଥ୍ୟ ମଧ୍ୟ ଦିଆଯିବ । ଏହି ଭୋଟ ସ୍ଲିପକୁ ଭୋଟିଂ ସମୟରେ ଭୋଟରଙ୍କର ପରିଚୟ ପାଇଁ ବି ମାନ୍ୟ କରାଯିବ ।

ଭୋଟରଙ୍କ ନିକଟକୁ ପଠାଯିବ ଭଏସ ମେସେଜ

ଯଦି ଆପଣ ବିଧାନସଭା ନିର୍ବାଚନ ସମୟରେ ଭୋଟ ନଦିଅନ୍ତି ତେବେ ନିର୍ବାଚନ ଆୟୋଗ ତରଫରୁ ଆପଣଙ୍କୁ ଭଏସ ମେସେଜ ପଠାଯାଇ ଭୋଟ ଦେବାକୁ କୁହାଯିବ । ଆୟୋଗର ନିର୍ଦ୍ଦେଶରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଦ୍ୱାରା ଏକ ଆପ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯାହାକି ସମସ୍ତ ବୁଥ ଲେବୁଲ ଅଫିସରଙ୍କର ମୋବାଇଲ ଫୋନରେ ରହିବ । ଯେଉଁଥିରେ ଭୋଟରଙ୍କର ସମସ୍ତ ଡିଟେଲ୍ସ ଥିବ । ଭୋଟିଂ ଦିନ ସକାଳ ୮ଟାରୁ ସମସ୍ତ ମତଦାତାଙ୍କୁ ମୋବାଇଲରେ ଭୋଟ ଦେବା ପାଇଁ ଭଏସ ମେଜେସ ପଠାଯିବ । ଯେତେବେଳେ ମତଦାତା ପୁଲିଂ ବୁଥରେ ପହଂଚିବେ ସେତେବେଳେ ଏହି ଆପରେ ତାଙ୍କର ଏଂଟ୍ରି ହୋଇଯିବ । ସେହିପରି ଭୋଟ ଦେବାକୁ ନଆସିଥିବା ବ୍ୟକ୍ତିଙ୍କ ନିକଟକୁ ମେସେଜ ଯିବ କି , ଆପଣ ଏଯାବତ ଭୋଟ ଦେଇନାହାଁନ୍ତି, ଦୟାକରି ଭୋଟ ଦିଅନ୍ତୁ ।