ଅସଲି ବ୍ରାଣ୍ଡର ନକଲି ତେଲ । କଟକରେ ନକଲି ତେଲ ଗୋଦାମ ଉପରେ ପୁଲିସର ଚଢାଉ । ୩୦୦ ଟିଣ ଉଦ୍ଧାର, ୨ ଅଟକ

32

କନକ ବ୍ୟୁରୋ: କଟକରେ ଚାଲିଛି ନକଲି ଜିନିଷର ବେଧଡକ କାରବାର । ଅସଲି ବ୍ରାଣ୍ଡ ନାଁରେ ପ୍ରସ୍ତୁତ କରାଯାଉଛି ନକଲି ତେଲ । କଟକ ଖାନନଗର ଅଚଂଳରୁ ୩ ଶହରୁ ଅଧିକ ଟିଣକୁ ଜବତ କରିଛି । ଏହି ଡବାରେ ନାମୀ ଦାମୀ ବ୍ରାଣ୍ଡର ଲୋଗୋ ଲଗାଇ ବଜାରକୁ ଛଡାଯାଉଥିଲା ।

ତେବେ ଲୋଗୋ ଗୁଡିକ ନକଲି ବୋଲି ଜଣାପଡିଛି । ପୋଲିସ ୨ ଜଣକୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ତେଲ କେଉଁ କେଉଁ ଅଚଂଳକୁ ଯାଉଥିଲା ଏବଂ ଏହାର ମାଷ୍ଟରମାଇଣ୍ଡ କିଏ ସେ ନେଇ କିଛି ସ୍ପଷ୍ଟ ଜଣାପଡିନାହିଁ ।