ଇଡି ସ୍କାନରରେ ଠକ ସର୍ଦ୍ଦାର ନିରଭଙ୍କ ଦାମୀ କାର ! ଠକ ମାଷ୍ଟରଙ୍କ ବିଳାସମୟ ଜୀବନର ଖୋଲିଲା ଆଉ ଏକ ଫର୍ଦ୍ଦ , ୬ କୋଟିର ରୋଲସ ରଏସ କାର ସହ ୯ଟି ଲଗଜୁରୀ କାର ଜବତ

66

କନକ ବ୍ୟୁରୋ : ପିଏନବି ମହାଘୋଟାଲାର ତଦନ୍ତ ଭିତରେ ଆଜି ଇଡି ଓ ସିବିଆଇ ହାତରେ ଲାଗିଛି ଫ୍ରଡ୍ ମାଷ୍ଟର ନିରଭ ମୋଦିଙ୍କ ୯ଟି ଦାମୀ କାର୍ । ଏଥିରେ ରହିଛି ରୋଲସ ରୟସ୍ ଘୋଷ୍ଟ, ମର୍ସିଡିଜ୍ ବେଂଜ ଜିଏଲ-୩୫୦ ପରି ଲଗଜୁରିଅସ୍ କାର । ଏହା ସହ ନୀରବ ମୋଦି ଓ ମେହୁଲ ଚୋକସିଙ୍କ ପ୍ରାୟ ୮୭ କୋଟି ଟଙ୍କାର ସେୟାରକୁ ଅଚଳ କରାଯାଇଛି ।

nirav modiପିଏନବି ମହାଘୋଟାଲାର ଖଳନାୟକ ନୀରବ ମୋଦି କେମିତି ଅୟଶ କରୁଥିଲା ତାହାର ପ୍ରମାଣ ପାଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଯେତେ ତଦନ୍ତ ବଢୁଛି ଏହି ଠକ ସର୍ଦ୍ଦାରଙ୍କ ଚାକଚକ୍ୟ ପୂର୍ଣ୍ଣ ଜୀବନଶୈଳିର ନୂଆ ନୂଆ ତଥ୍ୟ ମିଳୁଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ଚଢଉ କରି ନୀରବଙ୍କ ବିଳାସ ପୂର୍ଣ୍ଣ ଗାଡି ଜବତ କରିଛି । ଗୋଟିଏ କି ଦୁଇଟି ନୁହେଁ ୯ଟି ଦାମି ବିଳାସ ପୂର୍ଣ୍ଣ କାର ରଖିଥିଲେ ନୀରଭ ମୋଦି ।

ଜବତ କାରଗୁଡିକର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଉଛି । ଏହି ଦାମୀ କାର ତାଲିକାରେ ରହିଛି ଗୋଟିଏ ରଲସ ରୟସ୍ ଘୋଷ୍ଟ । ଏହି କାର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା । ସେହିପରି ୨ଟି ମର୍ସିଡିଜ୍ ବେଂଜ ଜିଏଲ-୩୫୦ କାର ମଧ୍ୟ ଜବତ ହୋଇଛି । ପ୍ରତି କାରର ମୂଲ୍ୟ ପ୍ରାୟ ୮୫ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି । ଏହାସହ ଗୋଟିଏ ପର୍ସେ ପାନାମେରା କାର ମଧ୍ୟ ଇଡି ଜବତ କରିଛି । ଏହି ବିଳାସପୂର୍ଣ୍ଣ ବିଦେଶୀ କାରର ଦାମ ହେଉଛି ପ୍ରାୟ ୨ କୋଟି ଟଙ୍କା । ୩ଟି ହୋଣ୍ଡାକାର, ଗୋଟିଏ ଟୟଟା ଫର୍ଚ୍ୟୁନର ଓ ଗୋଟିଏ ଟୟଟା ଇନୋଭା ଗାଡି ମଧ୍ୟ ପ୍ରବର୍ତନ ନିର୍ଦ୍ଦେଶାଳୟ ଜବତ କରିଛି ।

ପଂଜାବ ନ୍ୟାସନାଲ ବ୍ୟାଙ୍କ ମହାଘୋଟାଲା ମାମଲାରେ ସିବିଆଇ ଓ ଇଡି ନୀରଭ ମୋଦି ଓ ମେହୁଲ ଚୌକସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେବିର ଅନୁମତି ମାଗିଛି । ଏହା ସହ ଇଡି ନୀରଭ ମୋଦିଙ୍କ ୭ କୋଟି ୮୦ ଲକ୍ଷ ଟଙ୍କା ଓ ମେହୁଲ ଚୌକସି ୮୬ କୋଟି ୭୨ ଲକ୍ଷ ଟଙ୍କାର ସେୟାର ଓ ମ୍ୟୁଚୁଆଲ ଫଣ୍ଡକୁ ଅଚଳ କରିଛି । ପୂର୍ବରୁ ଆୟକର ବିଭାଗ ନିରଭ ମୋଦିଙ୍କ ବିଭିନ୍ନ ବ୍ୟାଙ୍କର ଜମାଖାତାରୁ ପ୍ରାୟ ୧୪୬ କୋଟି ଟଙ୍କାକୁ ଜବତ କରିଛି । ୧୧ହଜାର ୪ଶହ କୋଟି ଟଙ୍କାର ପିଏନବି ମହାଘୋଟାଲା ନେଇ ସାରା ଦେଶରେ ଏବେ ହଇଚଇ । ସେପଟେ ମୁଖ୍ୟ ଅଭିଯୁକ୍ତମାନେ ଦେଶ ବାହାରକୁ ଫେରାର ହୋଇଯାଇଛନ୍ତି ।