ବିବାଦୀୟ ବୟାନ୍ ଦେଇ ଅଡୁଆରେ ସିଦ୍ଧୁ । ତିନି ଦିନ ପାଇଁ କରି ପାରିବେନି ନିର୍ବାଚନ ପ୍ରଚାର, କଟକଣା ଲଗାଇଲେ ନିର୍ବାଚନ କମିଶନ ।

135

କନକ ବ୍ୟୁରୋ : କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରେ ଲାଗିଲା କଟକଣା । ତିନି ଦିନ ପାଇଁ ଅର୍ଥାତ ୭୨ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରି ପାରିବେନି ସିଦ୍ଧୁ । ଏହି କଟକଣା ଳଗାଇଛନ୍ତି ନିର୍ବାଚନ କମିଶନ୍ । ଧର୍ମୀୟ ଆଧାରରେ ଭୋଟ୍ ମାଗିବା ନେଇ ଅଭିଯୋଗ ହେବା ପରେ ଏପରି କଟକଣା କରାଯାଇଛି । ବିହାରର କଟିଆରରେ ନିର୍ବାଚନ ପ୍ରଚାର ବେଳେ ମୁସଲିମ୍ ସଂପ୍ରଦାୟକୁ ଆହ୍ୱାନ ଦେଇ ସିଦ୍ଧୁ କହିଥିଲେ, ମୁସଲିମମାନେ ଏକତ୍ରିତ ହୋଇ କଂଗ୍ରେସକୁ ଭୋଟ୍ ଦେଲେ ବିଜେପିକୁ ପରାଜିତ କରିହେବ । ଏପରି ମନ୍ତବ୍ୟକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ୍ ।

ନିର୍ବାଚନ ବର୍ଷରେ ଆରୋପ ପ୍ରତ୍ୟାରୋପର ରାଜନୀତି କିଛି ନୂଆ କଥା ନୁହେଁ । ତେବେ ପ୍ରଚାର ବେଳେ ନେତାଙ୍କ ତୁଣ୍ଡ ହୁରୁଡିବା ଏବଂ ବିବାଦୀୟ ମନ୍ତବ୍ୟ ରଖି ଅଡୁଆରେ ପଡିବାର ଅନେକ ନଜିତ ମଧ୍ୟ ରହିଛି । ପୂର୍ବରୁ ମଧ୍ୟ ବିଏସପି ସୁପ୍ରିମୋ ମାୟାବତୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର ଉପରେ କଟକଣା ଲଗାଇଥିଲେ ନିର୍ବାଚନ କମିଶନ ।