ଓଜନ ବଢିଯିବ ଭାବି ଭାତ ଖାଇବା ପାଇଁ ଡରୁଥିଲେ ନିଶ୍ଚିନ୍ତ ହୋଇଯାଆନ୍ତୁ ! ଗବେଷଣାରୁ ମିଳିଲା ତଥ୍ୟ , ଭାତ ଖାଇଲେ ବଢେନାହିଁ ଓଜନ ।
ରୁଟି ଏବଂ ଭାତର ନ୍ୟୁଟ୍ରିସନ୍ ର ମହତ୍ୱକୁ ନେଇ ସବୁବେଳେ ତୁଳନା କରାଯାଇଥାଏ । ଭାରତରେ ଭାତ ଖାଇବା ପାଇଁ ଲୋକମାନେ ଖୁବ୍ ପସନ୍ଦ କରିଥାନ୍ତି । କିନ୍ତୁ ଭାତର ନ୍ୟୁଟ୍ରିସନ୍ କୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ରହିଥାଏ । କିଛି ଲୋକ ଏହା ବି ଭାବିଥାନ୍ତି ଯେ ଭାତ ଖାଇବା ଦ୍ୱାରା ଓଜନ ବଢିଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେଣୁ କେହି କେହି ଖୁବ୍ କମ୍ ଭାତ ଖାଉଥିବା ବେଳେ ଆଉ କେହି ଭାତ ହିଁ ଖାଆନ୍ତି ନାହିଁ । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଭାତ ଖାଇବା ଦ୍ୱାରା ଆପଣ ମୋଟା ନୁହଁ ପତଳା ହୋଇପାରିବେ । ଏହି କଥା ଆମେ କହୁନୁ ଏକ ଗବେଷଣାରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି ।
ଜାପାନରେ ହୋଇଥିବା ଏକ ରିସର୍ଚ୍ଚ ଅନୁଯାୟୀ ଚାଉଳରେ ଭରପୁର ଡାଇଟ୍ ପ୍ଲାନ୍ ଦ୍ୱାରା ଆପଣ ମୋଟା ବଦଳରେ ପତଳା ହୋଇପାରିବେ । ଏହି ଗବେଷଣା ୧୩୬ ଟି ଦେଶର ଲୋକଙ୍କ ମଧ୍ୟରେ କ୍ୟାଲୋରୀ ଇନଟେକକୁ ନେଇ କରାଗଲା ଯେଉଁମାନେ ଭାତ ଖାଉଥିଲେ । ଏହି ଗବେଷଣାରେ ପ୍ରତି ଦେଶର ପ୍ରତିଭାଗୀ ବିଏମଆଇର ଡାଟାକୁ ମଧ୍ୟ ଦେଖାଗଲା । ଗବେଷକଙ୍କ କହିବାନୁସାରେ ଯେଉଁ ଦେଶରେ ଲୋକ ଅଧିକ ଭାତ ଖାଇବାକୁ ଗୁରୁତ୍ୱ ଦେଉଥିଲେ ସେମାନଙ୍କ ଠାରେ ମେଦବହୁଳତା କମ୍ ଦେଖାଗଲା । ଅନ୍ୟପକ୍ଷରେ ଯେଉଁଠି ବିଦେଶରେ କମ୍ ଭାତ ଖିଆଯାଏ ସେଠାରେ କଥା ହିଁ ଓଲଟା ଥିଲା । ଚାଉଳରେ ଫ୍ୟାଟ୍ କମ୍ ଥାଏ ଏହା ପ୍ଲାଣ୍ଟ୍ କମ୍ପାଉଣ୍ଡ ହୋଇଥାଏ ଯେଉଁଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ । ଭାତ ଖାଇବା ପରେ ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଗବେଷଣାରୁ ଜଣାପଡିଲା ଯେ ଜାପାନୀ ଏବଂ ଏସିୟନ୍ ଫୁଡରେ ମୁଖ୍ୟ ଖାଦ୍ୟ ଭାବେ ଭାତ ଖିଆଯାଉଥିବାରୁ ଏହି ଦେଶରେ ମେଦବହୁଳତା କମ୍ ଦେଖାଯାଏ । ତେଣୁ ଆଜିଠାରୁ ଖାଦ୍ୟରେ ଭାତ ନିଶ୍ଚିତ ଖାଆନ୍ତୁ ।