୫୦ ମିନିଟରେ ୩ଟି ପରଟା ଖାଇଲେ ଜୀବନ ସାରା ମିଳେ ଖାଇବା ଫ୍ରି, ଜାଣନ୍ତୁ କେଉଁଠି

67

ଭାରତରେ କେହି ଏଭଳି ନାହାନ୍ତି ଯିଏ ପରଟାକୁ ପସନ୍ଦ କରୁନଥିବେ । ପ୍ରାତଃଭୋଜନ ଠାରୁ ଆରମ୍ଭକରି ରାତି ପର୍ଯ୍ୟନ୍ତ ପରଟା ଏପରି ଖାଦ୍ୟ ଯାହାଦ୍ୱାରା ପେଟ ପୁରିଯାଏ । ଆଳୁ ପରଟା ଠାରୁ ଆରମ୍ଭ କରି ପିଆଜ ପରଟା ପର୍ଯ୍ୟନ୍ତ ଏହିପରି ଅନେକ ପ୍ରକାର ପରଟା ରହିଛି । ଏହା ଶୁଣିବା କ୍ଷଣିହିଁ ଲୋକଙ୍କ ପାଟିରେ ଲାଳ ଆସିଯାଏ । ଲୋକଙ୍କ ପସନ୍ଦକୁ ଆଖି ଆଗରେ ରଖି ଜଣେ ଦୋକାନ ମାଲିକ ଏଭଳି ଏକ ସ୍କିମ ରଖିଛନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହାକୁ ଶୁଣିବା କ୍ଷଣି ଆପଣମାନେ ବି ଥରେ ସେହିଭଳି ସ୍ଥାନକୁ ଯିବାକୁ ଚାହିଁବେ । ଏଠାରେ ଭାରତର ସବୁଠାରୁ ବଡ ପରଟା ମିଳେ । ଯାହାର ଆକାର ୧ଫୁଟ ୬ଇଂଚ ଏବଂ ଓଜନ ୧କିଲୋ ଅଟେ ।

paratha 22କେବଳ ଦେଶୀ ଘିଅରେ ତିଆରି ଏହି ପରଟା :
ଏହି ପରଟା ଅନ୍ୟ କୌଣସି ତେଲରେ ହୋଇନଥାଏ, ଏହା ସମ୍ପୂର୍ଣ୍ଣ ଭାବେ ଦେଶୀ ଘିଅରେ ତିଆରି ହୋଇଥାଏ । ଯାହାଦ୍ୱାରା ଏହାକୁ ବେଶୀ ଖାଇବା ସମ୍ଭବ ହୋଇନଥାଏ । ଏହି ଦୋକାନକୁ ପାଖାପାଖି ୧୦ବର୍ଷ ବିତିଗଲାଣି ମାତ୍ର ଏହି ଚ୍ୟାଲେଞ୍ଜକୁ କେବଳ ଜଣେ ମାତ୍ର ପୁରା କରିବାରେ ସମର୍ଥ ହୋଇଥିଲେ । ଏଠାରେ ତିଆରି ହେଉଥିବା ପରଟା ତିଆରି କରିବାକୁ ଅନେକ ସମୟ ଲାଗିଥାଏ । କାରଣ ଏହାର ଆକାର ବହୁତ ବଡ ଥାଏ ଏବଂ ସାଧାରଣ ପରଟା ତୁଳନାରେ ଏହାର ଓଜନ ମଧ୍ୟ ଖୁବ୍ ବେଶୀ ଥାଏ । ପରଟାର ଅନେକ ଭେରାଇଟି ଏଠାରେ ମିଳିଥାଏ । ପନିର୍, ସ୍ୱିଟ, ମଟର, ପାଳଙ୍ଗ, ମୂଳା ଭଳି ଏହିପରି ଅନେକ ପରଟା ଏଠାରେ ମିଳିଥାଏ, ଯାହା ଏଠାରେ ପ୍ରସିଦ୍ଧ ଅଟେ ।

୫୦ମିନିଟରେ ୩ଟି ପରଟା ଖାଇପାରିଲେ ସାରା ଜୀବନ ପରଟା ମାଗଣା :
ଏହି ଦୋକାନର ନାଁ ହେଉଛି ‘ତପସ୍ୟା ପରଟା ଜଙ୍କସନ’ । ଏହା ଦିଲ୍ଲୀ-ରୋହତକ ବାଇପାସ ରାସ୍ତାରେ ଅବସ୍ଥିତ । ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ ଆସନ୍ତି । ଏହି ଭିନ୍ନଧରଣର ଚ୍ୟାଲେଞ୍ଜ ଯୋଗୁଁ ଏହି ଦୋକାନ ପ୍ରସିଦ୍ଧ ହୋଇସାରିଲାଣି । ସୋସିଆଲ ମିଡିଆରେ ମଧ୍ୟ ଏହି ଦୋକାନ ଭାଇରାଲ ହୋଇଛି । ଏହି ଚ୍ୟାଲେଞ୍ଜକୁ ମୁକାବିଲା କରିବା ଲାଗି ଅନେକ ଲୋକ ଆସୁଛନ୍ତି । ମାତ୍ର ଗୋଟିଏ ପରଟା ବି ଖାଇ ନପାରି ହାର ମାନିଯାଆନ୍ତି ।