ସାବଧାନ ! ଆପଣଙ୍କ ଡିଏନଏ ପ୍ରତି ବିପଦ ଆଣୁଛି ଇ-ସିଗାରେଟ୍, ଜାଣନ୍ତୁ କିପରି ।

3

ସାଧାରଣ ସିଗାରେଟର ଅଭ୍ୟାସକୁ ଛାଡିବା ପାଇଁ ଆଜିକାଲି ଯୁବପିଢିମାନେ ଇ-ସିଗାରେଟକୁ ବିକଳ୍ପ ଭାବେ ଆପଣାଉଛନ୍ତି । କିନ୍ତୁ ଇ-ସିଗାରେଟ ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପଡୁଛି । ଗୋଟେ ସାଧାରଣ ସିଗାରେଟରେ ସ୍ୱାସ୍ଥ୍ୟ ଉପରେ ଯେଉଁଭଳି ଭାବରେ ପ୍ରଭାବ ପଡିଥାଏ ଇ-ସିଗାରେଟ ଦ୍ୱାରା ମଧ୍ୟ ସମାନ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡୁଛି ।

ଆମେରିକା କେମିକାଲ ସୋସାଇଟିରେ ଇ-ସିଗାରେଟକୁ ନେଇ ଏକ ଗବେଷଣା କରାଯାଇଥିଲା । ଗବେଷଣାରୁ ଜଣାପଡିଛି, ଇ-ସିଗାରେଟ ବ୍ୟବହାର କରିବା ଦ୍ୱାରା କେବଳ ଫୁସଫୁସ କି ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇନଥାଏ ଏହା ଦ୍ୱାରା ଲୋକମାନଙ୍କର ଡିଏନଏ ନଷ୍ଟ ହୋଇଯିବା ସହିତ ଖୁବ ଶିଘ୍ର କ୍ୟାନସର ମଧ୍ୟ ହୋଇଥାଏ ।

କିପରି ତିଆରି ହୋଇଥାଏ ଇ-ସିଗାରେଟ

ଇ-ସିଗାରେଟରେ ଏପରି ଏକ ନିକୋଟିନ ରହିଛି ଯାହା ସ୍ୱାସ୍ଥ୍ୟକୁ ଖୁବ ଅଧିକ ହାନି ପହଞ୍ଚାଇଥାଏ । ଆଜିକାଲି ଯୁବପିଢିମାନେ ଭାବୁଛନ୍ତି ଇ-ସିଗାରେଟ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିନଥାଏ । କିନ୍ତୁ ପ୍ରକୃତ କଥା ହେଉଛି ଅହି ସିଗାରେଟରେ ବିଭିନ୍ନ ପ୍ରକାର ବିଷାକ୍ତ ରାସାୟନିକ ଦ୍ରବ୍ୟ ରହିଛି ଯାହା ତମ୍ବାଖୁ ଧୁଆଁରେ ମିଳିଥାଏ । ଏହି ସିଗାରେଟ ବ୍ୟବହାର କରିବା ଦ୍ୱାରା ଶରୀରର ଡିଏନଏ ନଷ୍ଟ ହୋଇଯାଇଥାଏ । ଏହି ସିଗାରେଟରେ ଏପରି କେମିକାଲ ମିଶି ରହୁଛି ଯାହା ସାଧାରଣ ସିଗାରେଟ ଠାରୁ ୧୦ ଗୁଣା ଅଧିକ କ୍ଷତି କରୁଛି ।

ଭାରତରେ ଇ-ସିଗାରେଟର ବଜାର

ଭାରତରେ ୩୦-୫୦ ପ୍ରତିଶତ ଇ-ସିଗାରେଟର ବଜାର ଅନଲାଇନରେ ଉପଲବ୍ଧ ରହିଛି । ଆଇଟିସି କେବଳ ଡିଭାଇଜ ତିଆରି କରିଥାଏ କିନ୍ତୁ ଇ-ସିଗାରେଟ ପାଇଁ ଭାରତରେ କୌଣସି ନିୟମ ନାହିଁ । ଏହା ଅଧିକଶଂ ଚୀନରୁ ଭାରତକୁ ଆସିଥାଏ । ତେବେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଗ୍ରୁଫ ତିଆରି କରିଛନ୍ତି । ଏହି ଗ୍ରୁଫ ଇ-ସିଗାରେଟ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବ ଉପରେ ରିସର୍ଚ କରୁଛନ୍ତି ।

କିପରି କାମ କରେ ଇ-ସିଗାରେଟ

ଇ-ସିଗାରେଟରେ ଧୁଆଁ ବନାଇବା ପାଇଁ ସେଥିରେ ଏକ ଯନ୍ତ୍ର ଏବଂ କଣ୍ଟେନର ଥାଏ । ଏହି କଣ୍ଟେନରରେ ନିକୋଟିନ ଫ୍ଲେବରର ଦ୍ରବ୍ୟ ଭରଣ କରାଯାଇଥାଏ । ଯେତେବେଳେ ସିଗାରେଟର ଗୋଟିଏ ପଟୁ ଶୋଷା ଯାଇ ଏହି ନିକୋଟିନ ଦ୍ରବ୍ୟ ଧୁଆଁରେ ପରିଣତ ହୋଇଯାଏ । ଏହି ଧୁଆଁ ମାଧ୍ୟମରେ ନିକୋଟିନ ଶରୀର ଭିତରକୁ ପ୍ରବେଶ କରିଥାଏ । ଏହି ସିଗାରେଟ ବ୍ୟାଟେରିରେ ଚାଲିଥାଏ ଏବଂ ୟୁଏସବି ଦ୍ୱାରା ରିଚାର୍ଜ ହୋଇଥାଏ । ସବୁଠାରୁ ବଡ କଥା ହେଉଛି ଏହି ସିଗାରେଟର ମୂଲ୍ୟ ୫ଶହ ଟଙ୍କାରୁ ଆରମ୍ଭ କରି ୧୫ ହଜାର ଟାଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇଥାଏ ।

Comments are closed.