କନକ ବ୍ୟୁରୋ: ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ । ଭଦଳ ପୂରୁଣାବଜାର ନିକଟସ୍ଥ ସରକାରନଗର ଓ ଚନ୍ଦନ ବଜାରରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଛି ପୋଲିସ । ନକଲି ଜର୍ଦ୍ଦା ତିଆରି ହେଉଥିବା ଏହି କାରଖାନାରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ଜର୍ଦ୍ଦା ଜବତ କରାଯାଇଛି । ଏହା ସହ ୩ଟି ଜର୍ଦ୍ଦା ତିଆରି ମେସିନ୍ ଓ ଏଥିରେ ବ୍ୟବହୃତ ରଙ୍ଗ ଓ କେମିକାଲକୁ ମଧ୍ୟ ଜବତ କରିଛି ପୁରୁଣାବଜରା ପୋଲିସ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)