ମଦନିଶାରେ ହିତାହିତ ଜ୍ଞାନ ଭୁଲି ଜିଅନ୍ତା ସାପକୁ ଗିଳିଲା ମଣିଷ,ଆଉ ତା ପରେ ଯାହା ହେଲା….

53

ଲୋକେ ସତ କୁହନ୍ତି ମଦ ନିଶାରେ ମଣିଷ କ’ଣ ଯେ କରେ ତାକୁ ନିଜେ ହିଁ ସେ ବିଷୟରେ ଜ୍ଞାତ ନଥାଏ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ହତବାକ୍ ହୋଇଯିବେ । ଘଟଣାଟି ହେଉଛି ଉତ୍ତରପ୍ରଦେଶ ଅମରୋହାର । ଏଠାରେ ମହିପାଲ ସିଂହ(୪୦) ନାମକ ଜଣେ ବ୍ୟକ୍ତି ଅତ୍ୟଧିକ ନିଶାଦ୍ରବ୍ୟ ସେବନ କରି ହିତାହିତ ଜ୍ଞାନ ଭୁଲି ଏକ ଜିଅନ୍ତା ସାପକୁ ଗିଳିବାର ଭୁଲ୍ କରିଦେଲେ ଯାହାର ପରିମାଣ ତାଙ୍କୁ ଜୀବନ ହରାଇବାକୁ ପଡିଲା । ଗିଳିବାର ୪ ଘଣ୍ଟା ପରେ ହିଁ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥିଲା ।

 

ତେବେ ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ନିଶାସକ୍ତ ମହିପାଲ୍ ଏକ ଛୋଟ ସାପକୁ ଧରି ବୁଲୁଥିବାର ଦେଖାଯାଉଛି ଏହାର କିଛି ସମୟ ପରେ ସେଠାରେ କିଛି ଲୋକ ଏକାଠି ହୋଇ ଯାଉଛନ୍ତି ଏବଂ ମହିପାଲକୁ ସାପ ସହ ଖେଳିବାକୁ କହୁଛନ୍ତି । ଲୋକଙ୍କ କଥାରେ ଉତ୍ସାହିତ ହୋଇ ମହିପାଲ ଜିଅନ୍ତା ସାପଟିକୁ ଗିଳି ଦେଇଥିଲେ ।

ସାପ ଗିଳିବାର କିଛି ସମୟ ପରେ ଉକ୍ତ ବ୍ୟକ୍ତିର ଦେହ ଖରାପ ହେବାରେ ଲାଗିଲା ଏବଂ ବାନ୍ତି ହେବାକୁ ଲାଗିଲା । କିନ୍ତୁ ବାନ୍ତି ପରେ ମଧ୍ୟ ସାପ ବାହାରକୁ ଆସଲା ନାହିଁ ଯାହା ଫଳରେ କିଛି ସମୟ ମଧ୍ୟରେ ମହିପାଲଙ୍କ ମୃତ୍ୟୁ ହୋଇଗଲା ।