ଟିବି ରୋଗର ଉପଚାର ପାଇଁ ଏକ ଏମିତି ଔଷଧ ବିକସିତ କରାଯାଉଛି । ଯାହା ଏହି ରୋଗର ଚିକିତ୍ସାର ଲମ୍ବା ଅବଧିକୁ କମ୍ କରିବାରେ ସହାୟକ ହୋଇପାରେ । ‘ଆଂଟିମାଇକ୍ରୋବିୟାଲ ଏଜେର୍ଟ ଆଣ୍ଡ କେମୋଥେରାପି’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି କି ଟିବି ର ନୂଆ ପ୍ରୟୋଗାତ୍ମକ ଆଣ୍ଟିବାୟୋଟିକ୍ ଔଷଧ ସେହି କୋଷଗୁଡିକରେ ରହେ, ଯେଉଁଠି ମାଇକ୍ରୋବ୍ୟାକ୍ଟେରିଆଲ ଟିବି ଜୀବାଣୁ ଲମ୍ବା ସମୟ ପର୍ଯ୍ୟନ୍ତ ରହେ । ଏବଂ ଏଠି ଔଷଧ ଏହି ଜୀବାଣୁକୁ ଅଧିକ ପ୍ରଭାବଶାଳୀ ଉପାୟରେ ସମାପ୍ତ କରେ ।

ଟିବିର ଉପଚାରକୁ ସରଳ କରିବା ଉଦ୍ଦେଶ୍ୟ :

Advertisment

ଆମେରିକାର କୋଲୋରାଡୋ ଷ୍ଟେଟ୍ ବିଶ୍ୱ ବିଦ୍ୟାଳୟରେ ସହାୟକ ପ୍ରୋଫେସର ଗ୍ରେଗରୀ ଟି ରବର୍ଟସନ୍ କହିଛନ୍ତି କି, ଟିବିର ଔଷଧ ବିକସିତ କରିବା କାର୍ଯ୍ୟକ୍ରମଗୁଡିକର ଉଦ୍ଦେଶ୍ୟ ଏକ ଏମିତି ଉପଚାର ପଦ୍ଧତି ବିକସିତ କରିବା, ଯାହା ଟିବିର ଉପଚାରରେ ସର୍ବନିମ୍ନ ୬ମାସର ସମୟ ଲାଗିଥାଏ । ଅନେକ ଥର ଏଥିରେ ୧ବର୍ଷରୁ ମଧ୍ୟ ଅଧିକ ସମୟ ଲାଗିଥାଏ ।

publive-image

ଔଷଧର ନାମ ଏଏନ୍ ୧୨୮୫୫ :

ଏହି ନୂଆ ଔଷଧର ନାମ ଏଏନ୍ ୧୨୮୫୫ । ରବର୍ଟସନ୍ କହିଛନ୍ତି କି, ଏଏନ୍ ୧୨୮୫୫ର ଅବସ୍ଥିତ ଔଷଧ ଆଇସୋନିୟାଜିଡ୍ ର ତୁଳନାରେ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ।

ଏମିତି ଚିହ୍ନନ୍ତୁ ଟିବିର ଲକ୍ଷଣ :

• ୩ ସପ୍ତାହରୁ ଅଧିକ କାଶ ହେବା ଓ ତା’ ସହିତ ଜ୍ୱର

• କାଶ ସହିତ କଫ ଆସିବା

• ଓଜନ କମିବା

• ଥକାପଣ ଅନୁଭୂତ ହେବା

• ରାତିରେ ଝାଳ ବହିବା

• ଗଳା ଫୁଲିବା

• ଏକ ମାସରୁ ଅଧିକ ଛାତିରେ ଯନ୍ତ୍ରଣା ହେବା

publive-image