କନକ ବ୍ୟୁରୋ : ରାଜଧାନୀର କଳିଙ୍ଗ ଷ୍ଟାଡିୟମ ଓ ମାଲକାନଗିରିର ଗୁରୁପ୍ରିୟା ସେତୁ ଉପରେ ନଜର ରଖିବ ଡ୍ରୋନ୍ କ୍ୟାମେରା । ଏଥିପାଇଁ ଓଡିଶା ପୋଲିସ କିଣିବ ଡ୍ରୋନ୍ କ୍ୟାମେରା । ଏହି ଦୁଇଟି ସ୍ଥାନର ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଅତ୍ୟାଧୁନିକ ଡ୍ରୋନ୍ କ୍ୟାମେରା ଓଡିଶା ପୋଲିସ କିଣିବାକୁ ଯାଉଛି । ଆଦିବାସୀ ଇଲାକାର ବିଛିନାଚଂଳକୁ ଯୋଡୁଥିବା ଗୁରୁପ୍ରିୟା ସେତୁକୁ ନକ୍ସଲଙ୍କ ଦାଉରୁ ରକ୍ଷା କରିବା ପାଇଁ ଏହି ଡ୍ରୋନ୍ ସହାୟକ ହେବ ବୋଲି ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ।

Advertisment

publive-image

ସେହିପରି ନଭେମ୍ବରରୁ ଖେଳା ଯିବାକୁ ଥିବା ହକି ମହାକୁମ୍ଭ ପାଇଁ ଡ୍ରୋନ୍ କ୍ୟାମେରା ସହାୟତାରେ କଳିଙ୍ଗ ଷ୍ଟାଡିୟମ ଉପରେ ନଜର ରଖାଯିବ । ଖେଳ ଆରମ୍ବ ହେବା ଠାରୁ ଶେଷ ପର୍ଯ୍ୟନ୍ତ ଷ୍ଟାଡିୟମ ଓ ଏହାର ବାହାରେ ଥିବା ଟ୍ରାଫିକର ଟିକିନିଖି ଖବର ଦେବ ଡ୍ରୋନ୍ । ଏନେଇ ଆଜି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ହକି ବିଶ୍ୱକପ୍ ସମୟରେ କଳିଙ୍ଗ ଷ୍ଟାଡିୟମ କିମ୍ବା ଏହାର ଆଖପାଖ ଅଂଚଳରେ କେହି କମରସିଆଲ୍ ଡ୍ରୋନ୍ ଉଡାଇ ପାରିବେ ନାହିଁ । ଏଥିପାଇଁ କମିଶନରେଟ୍ ପୋଲିସ ସଂପୃକ୍ତ ସ୍ଥାନ ଗୁଡିକୁ ନିଷିଦ୍ଧାଚଂଳ ଭାବରେ ଘୋଷଣା କରିବ ।