ଗୁରୁପ୍ରିୟା ସେତୁ ଉପରେ ଉଡିବ ଡ୍ରୋନ । ଆକାଶମାର୍ଗରେ ଏକକାଳୀନ ୨୪ ଘଂଟା ଉଡିବାର କ୍ଷମତା, ରାତିରେ ବି କରିବ ଚିତ୍ର ଉତୋଳନ

52

କନକ ବ୍ୟୁରୋ : ଗୁରୁପ୍ରିୟା ସେତୁରେ ଉଡ଼ିବ ଡ୍ରୋନ୍ କ୍ୟାମେରା । ମାଲକାନଗିରି ଜିଲ୍ଲାର ବିଛିନ୍ନାଂଚଳରେ ମଧ୍ୟ ଡ୍ରୋନ୍ କ୍ୟାମେରା ଉଡ଼ିବ । ଏହି ଡ୍ରୋନ୍ କ୍ୟାମେରା କମ୍ବିଂ ଅପରେସନ୍ ବେଳେ ପୋଲିସକୁ ସହଯୋଗ କରିବ । ଏଥିପାଇଁ ମୋଟ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ବିଭିନ୍ନ ସମୟରେ ଗୁରୁପ୍ରିୟା ସେତୁକୁ ମାଓବାଦୀ ମାନେ ଉଡାଇ ଦେବା ନେଇ ଖବର ସାମ୍ନାକୁ ଆସୁଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍ କ୍ୟାମେରା ଲଗାଯିବା ନେଇ ନିଷ୍ପତି ହୋଇଛି । ଡ୍ରୋନ୍ କ୍ୟାମେରା ସର୍ବାଧିକ ୨୪ ଘଂଟା ଉଡ଼ିବାର କ୍ଷମତା ରଖିଛି ।

 

ଏହି କ୍ୟାମେରା ଦିନରେ ରେକର୍ଡ଼ିଂ କରିବା ସହ ରାତିରେ ମଧ୍ୟ ସ୍ପଷ୍ଟ ଚିତ୍ର ରେକର୍ଡ଼ିଂ କରିବାର କ୍ଷମତା ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ପୁଲିସ ବିଭାଗ ପକ୍ଷରୁ ଗୋଟିଏ କ୍ୟାମେରା କିଣାଯାଇଥିବା ବେଳେ ଆଉ ଏକ କ୍ୟାମେରା ଖୁବ୍ ଶୀଘ୍ର ଆସିବ। ବର୍ତ୍ତମାନ କିଣାଯାଇଥିବା ଡ୍ରୋନ୍ ଗୁରୁପ୍ରିୟା ସେତୁ ଉପରେ ଉଡ଼ିବ। ସେତୁ ଉଡାଇ ଦେବାକୁ ମାଓବାଦୀମାନେ ଷଡ଼ଯନ୍ତ୍ର କରୁଥିବା ଗୁଇନ୍ଦା ରିପୋର୍ଟ କହୁଛି। ସ୍ଥଳଭାଗରୁ ପାଖାପାଖି ୨୫ କି.ମି ପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇପାରିବ ଏହି ଡ୍ରୋନ କ୍ୟାମେରାକୁ ।