ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହେଲା ୨୬ ଲକ୍ଷ ଟଙ୍କାର ଡ୍ରୋନ୍ ! ଜଣଙ୍କୁ ଗିରଫ କଲା ପୋଲିସ୍ । 

229

ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୀମା ଶୁଳ୍କ ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ କି ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଚୋରା ଚାଲାଣ କରୁଥିଲା ।  ଏହି ବ୍ୟକ୍ତି ପାଖରୁ ୨୬ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି ।  ସୀମା ଶୁଳ୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ ନଭେମ୍ବର ୧୫ ତାରିଖରେ ହଂକଂରୁ ନୁଆଦିଲ୍ଲୀକୁ ଜଣେ ଭାରତୀୟ ନାଗରିକ ଆସିଥିଲେ  ବିମାନବନ୍ଦରରେ ପହଂଚିବା ପରେ ତାଙ୍କ ଉପରେ ସୀମା ଶୁଳ୍କ ବିଭାଗର ସନ୍ଦେହ ହୋଇଥିଲା । ଏହି ବ୍ୟକ୍ତିଙ୍କ ପାଖରୁ ୮ଟି ଡ୍ରୋନ୍ ସହ ପାଖାପାଖି ୯ଟି ଆଇଫୋନ ଜବତ କରାଯିବ ସହ ୧୦୦୦ଟି ସିମ କାର୍ଡ ଜବତ କରାଯାଇଥିଲା ।  ସୀମା ଶୁଳ୍କ ବିଭାଗର କହିବା ମୁତାବକ ପୂର୍ବରୁ ମଧ୍ୟ ୧୦ ହଜାର ସିମ କାର୍ଡ ଭାରତକୁ ଅବୈଧ ଭାବରେ ଆସିଥିଲା । 

ଅଭିଯୁକ୍ତକୁ ଗିରଫ କରାଯାଇ ଏହି ଚୋରା ଉଦ୍ଦେଶ୍ୟ ପଛରେ କେଉଁ ମାନଙ୍କର ହାତ ରହିଛି ତାହାର ତଦନ୍ତ କରାଯାଉଛି ।  ଏହି ଚୋରା ଇଲେକ୍ଟ୍ରୋନିସ ସାମଗ୍ରୀ କେଉଁ କ୍ଷେତ୍ରରେ ବ୍ୟବହାର ହେବା ପାଇଁ ଭାରତ ଆସିଥିଲା ତାହାର ତଦନ୍ତ ହେଉଥିବାବେଳେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ଧରିବାକୁ ଧରପଗଡ଼ ଆରମ୍ଭ ହୋଇଛି ।