ଏଣିକି ବିନା ଡ୍ରାଇଭିଂ ସାର୍ଟିଫିକେଟରେ ମିଳିବନି ଲାଇସେନ୍ସ ! ସଡକ ମନ୍ତ୍ରଣାଳୟ ଜାରି କଲା ଏହି ନୂଆ ନିୟମ ।
ସଡକ ମନ୍ତ୍ରଣାଳୟ ତରଫରୁ ଏକ ନୂଆ ନିୟମ ଜାରି କରାଯାଇଛି । ଆସନ୍ତା ଜୁଲାଇ ମାସ ଠାରୁ ଭାରି ବାହାନ ଚଲାଇବା ପାଇଁ ଇଚ୍ଛୁକ ଡ୍ରାଇଭର ମାନଙ୍କୁ ଡ୍ରାଇଭିଂ ପ୍ରମାଣ ପତ୍ର ବିନା ଲାଇସେନ୍ସ ମିଳିପାରିବ ନାହିଁ । ଏହି ସମ୍ବନ୍ଧରେ ସରକାରଙ୍କ ତରଫରୁ ଅଧିସୂଚନା ଜାରି କରାଯାଇଛି । ଅର୍ଥାତ ଲାଇସେନ୍ସ ପାଇବାକୁ ହେଲେ ଡ୍ରାଇଭିଂ ସାର୍ଟିଫିକେଟ ଥିବା ନିହାତି ଆବଶ୍ୟକ ।
Kanak News is now on WhatsApp
Join and get latest news updates delivered to you via WhatsApp
ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ତରଫରୁ ମେ ମାସ ୧୫ ତାରିଖ ୨୦୧୮ରେ ଜାରି ହୋଇଥିବା ଅଧିସୂଚନା ଅନୁଯାୟୀ, ଜୁଲାଇ ୧ ତାରିଖ ୨୦୧୮ ଠାରୁ ଯଦି କୌଣସି ବ୍ୟକ୍ତି ଭାରି ବାହାନ, ଯେପରିକି ଟ୍ରକ, ବସ ଇତ୍ୟାଦି ଚଳାଇବା ପାଇଁ ଲାଇସେନ୍ସ ଆବେଦନ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ପ୍ରଥମେ ଡ୍ରାଇଭିଂ ସାର୍ଟିଫିକେଟ ଦେବାକୁ ପଡିବ । ଏହି ଡ୍ରାଇଭିଂ ସାର୍ଟିଫିକେଟ କୌଣସି ଡ୍ରାଇଭିଂ ସ୍କୁଲ କିମ୍ବା କୌଣସି ସଂସ୍ଥାରୁ ପ୍ରାପ୍ୟ ହୋଇଥିବା ଦରକାର । ଡ୍ରାଇଭିଂ ସାର୍ଟିଫିକେଟ ଡିପୋଜିଟ କରିବା ପରେ ହିଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଲାଇସେନ୍ସ ମିଳିପାରିବ ।