କନକ ବ୍ୟୁରୋ : କଟକରେ ପୁଲିସ ଏନକାଉଂଟର । କଟକ ବକ୍ସି ବଜାର ପେନସନ ଲେନରେ ପୁଲିସ ଏନକାଉଂଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ବାବୁ । ସେକ୍ ବାବୁର ବାମ ଗୋଡରେ ଗୁଳି ବାଜିଛି । ପୁଲିସ ବାବୁକୁ ଉଦ୍ଧାର କରି କଟକ ବଡଡାକ୍ତରଖାନାରେ ଭର୍ତି କରିଛି । ମଙ୍ଗଳାବାଗ ଥାନା ଅନ୍ତର୍ଗତ ହାଡିଆ ପଠାରେ ବାବୁ ଲୁଚି ରହିଥିବା ନେଇ ପୁଲିସ ଖବର ପାଇ ସ୍ପେଶାଲ ସ୍କ୍ୱାଡ ଚଢାଉ କରିଥିଲା । ବାବୁ ପୁଲିସ ଉପରକୁ ୨ରାଉଣ୍ଡ ଗୁଳି କରିବା ପରେ ପୁଲିସ ତା ଉପରକୁ ଗୁଳି ଚାଳନା କରିଥିଲା ।
ଏହାପରେ ସେକ୍ ବାବୁକୁ କାବୁ କରିନେଇଥିଲା ପୁଲିସ । କଟକର ବିଭିନ୍ନ ଥାନାରେ ବାବୁ ନାଁରେ ଅନେକ ମାମଲା ରହିଛି । କେନ୍ଦ୍ରାପଡାର ଦୁର୍ଦ୍ଦାନ୍ତ ଅପରାଧି ଟିଟୋ ଗ୍ୟାଙ୍ଗର ସହଯୋଗୀ ସେକ୍ ବାବୁ ରାହାଜାନି, ଡକାୟତି, ଦାଦାବଟି ଆଦାୟ, ହତ୍ୟା ଆଦିରେ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି । ୨୦୧୪ରେ କ୍ୟାଂଟନମେଂଟ ଥାନା ଅଧିନରେ ବୋମା ମାଡ ଘଟଣାରେ ମଧ୍ୟ ଜଡିତ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-18-10h46m15s169.png)