ରାବିଜ୍ ର ଶସ୍ତା ଓ ସହଜ ଚିିକିତ୍ସା ବାହାର କରିଥିବା ଉମେଶ ଭାରତୀଙ୍କୁ ପଦ୍ମଶ୍ରୀ ସମ୍ମାନ; ଯାହାଙ୍କ ଚିିକିତ୍ସା ପଦ୍ଧତିକୁ ସାରା ଦୁନିଆରେ ଲାଗୁ କରିଛି WHO

119

ଭାରତ ସରକାର ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଭାରତ ରତ୍ନ ଓ ପଦ୍ମ ପୁରସ୍କାରର ଘୋଷଣା କରିଛନ୍ତି । ସାରା ଦେଶରୁ ୧୧୩ ଲୋକଙ୍କୁ ତାଙ୍କ ସାମାଜିକ କାମ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଏହାକୁ ଦେଶର ସବୁଠାରୁ ବଡ ନାଗରିକ ପୁରସ୍କାର ମଧ୍ୟ କହନ୍ତି । ଏହା ମଧ୍ୟରେ ଜଣେ ବିଶେଷ ମଣିଷକୁ ପଦ୍ମଶ୍ରୀ ମିଳିବ । ତାଙ୍କ ନାଁ ହେଉଛି ଉମେଶ କୁମାର ଭାରତୀ । ପେଶାରେ ସେ ଜଣେ ଡାକ୍ତର ଏବଂ ସେ ରାବିଜ୍ ଅର୍ଥାତ କୁକୁର ଓ ମାଙ୍କଡ କାମୁଡିବା ଦ୍ୱାରା ବ୍ୟାପୁଥିବା ଘାତକ ଭୁତାଣୁର ଚିକିତ୍ସାକୁ ବହୁତ ଶସ୍ତା ଓ ସାଧାରଣ ଜନତାଙ୍କ ପାଖକୁ ପହଂଚାଇବାର ଅଭିନବ କାମ କରିଛନ୍ତି ।

ହିମାଚଳ ପ୍ରଦେଶର ଶିମଳାରେ ଏକ ସରାକାରୀ ହସପିଟାଲରେ କାମ କରନ୍ତି ଓ ତାଙ୍କ କାମକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ତାଙ୍କର ପ୍ରଂଶସା କରିଛି । ପ୍ରଥମେ ରାବିଜର ଚିକିତ୍ସା ପାଇଁ ୩୫,୦୦୦ ଟଙ୍କା ଖର୍ଚ୍ଚ ହେଉଥିଲା, ଏବେ ଏହି ଖର୍ଚ୍ଚ ୩୫୦ ଟଙ୍କା ହୋଇଯାଇଛି । ଏବଂ ଏଥିରେ କେବଳ ଡାକ୍ତର ଉମେଶ ଭାରତୀଙ୍କ ଯୋଗଦାନ ରହିଛି ।

ଡାକ୍ତର ଉମେଶ କହନ୍ତି କି, “କେବଳ ଭାରତରେ ପାଖାପାଖି ୨୦ହଜାର ଲୋକ ରାବିଜ୍ ଭାଇରସ କବଳରେ ଆସନ୍ତି ଓ ଠିକ୍ ଚିକତ୍ସା ନପାଇବା ଯୋଗୁଁ ମୃତ୍ୟୁ ହୋଇଥାଏ । ଏହାର ଚିକିତ୍ସା ଏତେ ମହଙ୍ଗା ଓ ଜଟିଳ ଥିଲା ଯେ ଏହା ଜନସାଧାରଣଙ୍କ ପାଖକୁ ପହଂଚିପାରୁନଥିଲା । ଯେତେବେଳେ ବର୍ଷ ୨୦୧୪ରେ WHO ର ନୂଆ ଗାଇଡ ଲାଇନ୍ ଆସିଲା, ସେତେବେଳେ ମାର୍କେଟରେ ଏହି ଔଷଧ ଶେଷ ହୋଇଗଲା । ସେତେବେଳେ ସଂକଟ ସୃଷ୍ଟି ହେଲା । ଯଦ୍ୱାରା ଔଷଧ ଅଭାବରେ କେତେ ଜଣ ଲୋକଙ୍କ ମୃତ୍ୟୁ ହେଲା । ତେବେ ମୁଁ ଏକ ନୂଆ ଉପାୟ ବାହାର କଲି ଯେଉଁଥିରେ କମ୍ ଔଷଧରେ ଚିକିତ୍ସା ସମ୍ଭବ ହୋଇପାରିଲା । ଏହାକୁ ରିସର୍ଚ୍ଚ ପେପରର ରୂପ ଦେଇ WHOକୁ ପଠାଇଲି । WHO ମଧ୍ୟ ଏଥିରେ ରାଜି ହେଲା । ଏହାପରେ WHO ଏହାକୁ ଗ୍ଲୋବାଲ ଏଜେଣ୍ଡାରେ ସାମିଲ କଲା ଓ ଏବେ ତାଙ୍କର ନୂଆ ଗାଇଡଲାଇନ୍ ମୁତାବକ ଏହି ନିୟମ ସାରା ଦୁନିଆରେ ଲାଗୁ ହେଲା ।” ଏହା ଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ବଂଚିଲା , ସାଧାରଣ ଲୋକଙ୍କୁ ଶସ୍ତା ଚିକିତ୍ସା ମିିଳିଲା ଓ ଛୋଟ ବଡ ହସପିଟାଲରେ ଏହି ଔଷଧ ଉପଲବ୍ଧ ବି ହେଲା ।