ଟଙ୍କା ପାଇଁ ମଣିଷପଣିଆକୁ ଜଳାଂଜଳୀ ଦେଉଥିବା ଏହି ସଭ୍ୟ ସମାଜରେ ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ କି ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଗରିବଙ୍କ ପ୍ରତି ରହିଛି ସେମାନଙ୍କର ସ୍ୱତନ୍ତ୍ର ଭଲପାଇବା । ଆଉ ଗରିବଙ୍କ ପାଇଁ କିଛି କରିବାକୁ ଦେଖିଛନ୍ତି ସ୍ୱପ୍ନ, ସୃଷ୍ଟି କରିଛନ୍ତି ଉଦାହରଣ । ସେହିଭଳି ଜଣେ ମଣିଷ ହେଉଛନ୍ତି ପାଟଣାର ଡ. ଅରବିନ୍ଦ କୁମାର ସିଂ । ଭିକାରୀ , ଗରିବ ଓ ଅସହାୟଙ୍କ ପାଇଁ ଭଗବାନ ଭାବେ ଉଭା ହୋଇଛନ୍ତି ପାଟଣାର ଅରବିନ୍ଦ କୁମାର ।

Advertisment

ଏ ହେଉଛନ୍ତି ପାଟଣାର କଦମକୁଆଁ କଲୋନୀରେ ଏକ ଛୋଟିଆ ରୁମରେ ବସି ଶହ ଶହ ରୋଗୀଙ୍କର ଚିକିତ୍ସା କରୁଥିବା ଡା. ଅରବିନ୍ଦ କୁମାର । ଆଜି କାଲିର ଚାକଚକ୍ୟ ଭରା ସହରୀ ସଭ୍ୟତାକୁ ଦେଖି ନୂଆପିଢ଼ିର ଡାକ୍ତରମାନେ ଗାଁକୁ ଭୁଲି ଯାଉଥିବାବେଳେ ଅରବିନ୍ଦ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ୨୦୦୮ରୁ ଏନଏମସିଏଚରେ ଆସୋସିଏଟ ପ୍ରୋଫେସର ଭାବେ ପଢାଇବା ସହ କର୍ମଭୂମି ଭାବେ ଗରିବଙ୍କ ସେବାରେ ନିଜକୁ ସମର୍ପି ଦେଇଥିଲେ ଅରବିନ୍ଦ । ଆଉ ଆରମ୍ଭ କରିଥିଲେ ଗରିବ, ଅସହାୟ ଲୋକଙ୍କ ପାଇଁ ଶସ୍ତା ଡାକ୍ତରୀ ସେବା । ଦୀର୍ଘ ୨୫ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ସୁନାମ ଅର୍ଜନ କରିଛନ୍ତି ଅରବିନ୍ଦ ।

ଡା. ଅରବିନ୍ଦ ୨୫ ବର୍ଷରୁ ମାତ୍ର ୨୫ ଟଙ୍କାର ଫିସ ନେଇ ରୋଗୀଙ୍କର ସେବା କରିଆସୁଛନ୍ତି । ବଡ କଥା ହେଲା ଅରବିନ୍ଦ ଚାହଁନ୍ତି କି , କାହିଁକି ନା ଗରିବ ଲୋକ କିଭଳି ନିଜର ଚିକିତ୍ସା କମ ଟଙ୍କାରେ କରାଇପାରିବେ ଏବଂ କାହାର ଜୀବନ ଯେଭଳି ଚିକିତ୍ସା ଅଭାବରୁ ନ ଯାଉ । ଡା. ଅରବିନ୍ଦ ଜଣେ ଫିଜିସିଆନ । ପ୍ରତିଦିନ ତାଙ୍କୁ ନିକଟକୁ ପାଖାପାଖୁ ୨ଶହରୁ ଅଧିକ ରୋଗୀ ଚିକିତ୍ସା ନିମନ୍ତେ ବହୁ ଦୂର ଦୂରାନ୍ତରୁ ଧାଇଁ ଆସିଥାନ୍ତି । କ୍ଲିକର ଇନଫ୍ରପାଷ୍ଟ୍ରକଚରକୁ କାହିଁକି ବଢାଇଲେ କାଲି ପ୍ରଶ୍ନ କଲେ ସେ କହନ୍ତୁ କି, ମୁଁ ଏଥିରେ ସନ୍ତୁଷ୍ଟ, କାହିଁକି ନା ମୋ ପାଖକୁ ଆସୁଥିବା ରୋଗୀମାନେ ସନ୍ତୁଷ୍ଟ ଅଛନ୍ତି ।

ଅରବିନ୍ଦ କହୁନ୍ତି କି, ନାଳନ୍ଦାର ଚଣ୍ଡି ବ୍ଲକରୁ ଚାକିରି ଆରମ୍ଭ କରିଥିଲେ । ଆଉ ଏହି ସମୟରେ ସେ ଗରିବିକୁ ବହୁ ପାଖରୁ ଦେଖିଥିଲି । ଆଉ ସେବେଠାରୁ ହିଁ ତାଙ୍କର ଟଙ୍କା ପ୍ରତି ମୋହ ଛାଡି ଯାଇଥିଲା ଆଉ ସେ ନିଷ୍ପତି ନେଇଥଇଲେ କି ଏମାନଙ୍କ ପାଇଁ ନିଶ୍ଚୟ କିଛି କରିବେ ବୋଲି । ଲୋକେ ଯାହା ସ୍ୱଇଚ୍ଛାରେ ଦିଅନ୍ତି ତାକୁ ସେ ଗ୍ରହଣ କରନ୍ତି । କାହିଁକି ନା ନିଃଶୁଳ୍କ ଚିକିତ୍ସା ଉପରେ ରୋଗୀ ସଂପୂର୍ଣ୍ଣ ରୂପେ ଭରଷା କରିପାରନ୍ତି ନାହିଁ । ତେଣୁ ସେ ୨୫ ଟଙ୍କା ରଖୁଥିଲେ ହେଲେ ଯେଉଁ ରୋଗୀଙ୍କ ନିକଟରେ ଟଙ୍କା ଦେବାର ସାମର୍ଥ ନାହିଁ ତାଙ୍କଠାରୁ ଟଙ୍କାଟିଏ ବି ରଖନ୍ତି ନାହିଁ ଅରବିନ୍ଦ । ଖାଲି ଏତିକି ନୁହେଁ ଅନେକ ଗରିବ ଅସହାୟ ଲୋକଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ମଧ୍ୟ ସେ ନିଜେ ବହନ କରନ୍ତି । ତାଙ୍କ କ୍ଲିନିକରୁ କେବେ ବି କୌଣସି ରୋଗୀ ନିରାଶ ହୋଇ ଫେରନ୍ତି ନାହିଁ ।