ମରିଗଲା ବୋହୂ, ଛାଡିଗଲା ବୟାନ । ଯୌତୁକ ପାଇଁ କିରାସିନି ପକାଇ ବୋହୂକୁ ଜାଳିଦେଲେ ଶାଶୁ ଓ ଶ୍ୱଶୁର, ମରିବା ପୂର୍ବରୁ ପୂରା କାହାଣୀ କହିଲେ ବୋହୂ

38

କନକ ବ୍ୟୁରୋ : ଯୌତୁକ ପାଇଁ ସାଙ୍ଘାତିକ ହତ୍ୟା ଷଡଯନ୍ତ୍ର । ମୃତ୍ୟୁ ପୂର୍ବରୁ ଏନେଇ ବୟାନ ରଖିଛନ୍ତି ପୀଡିତା । କହିଛନ୍ତି, କେମିତି ରଚାଯାଇଥିଲା ହତ୍ୟା ପାଇଁ ଷଡଯନ୍ତ୍ର । ଯୌତୁକ ପାଇଁ କେମିତି ଶାଶୁଘର କିରୋସିନ୍ ତାଙ୍କ ଉପରେ କିରାସିନି ଢାଳି ଦେଇଥିଲେ । ଆଉ ଶେଷରେ ନିଆଁରେ ଛଟପଟ ହୋଇ ପୋଡି ଯାଇଥିଲେ ପୀଡିତା । ଜୀବନ ସହ ସଂର୍ଘଷ କରିବା ପରେ ଶେଷରେ ପ୍ରାଣ ହରାଇଥିଲେ ପୀଡିତା ।

(ମୋ ସ୍ୱାମୀ ଶ୍ୱଶୁର ଓ ଶାଶୁ ମୋ ଦେହରେ କିରାସିନି ପକାଇ ଜାଳିଦେଲେ । ପୁଅ ଧରିଥିବା ବେଳେ ଶାଶୁ ଓ ଶ୍ୱଶୁର କିରାସିନି ପକାଇଥିଲେ । ଘରୁ ଦୌଡିକି ବାହାରକୁ ଆସିଥିଲେ ମଧ୍ୟ ଆଉ କିଛି ନଥିଲା । ଏପରିିକି କିରାସିନି ଡାଳିବା ପୂର୍ବରୁ ସବୁବେଳେ କଳି କଜିଆ କରୁଥିଲେ ଆଦୌ ଭଲରେ ଚଳାଇ ଦେଉନଥିଲେ ବୋଲି ମୃତ୍ୟୁ ପୂର୍ବରୁ କହିଥିଲେ ପୀଡିତା ଚନ୍ଦ୍ରକାନ୍ତୀ) । ଶାଶୁଘର ପରିବାର ଲୋକଙ୍କ ଉପରେ ଆଣିଥିଲେ ହତ୍ୟା ଅଭିଯୋଗ । ମୃତ୍ୟୁର ଷଡଯନ୍ତ୍ର କିଏ ରଚିଥିଲା ଏବଂ କିପରି କିରାସିନି ଢାଳି ତାଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା ସେ କଥା ବଖାଣିଥିଲେ ପିଡିତା ।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡିଙ୍ଗର ଗାଁର ଘଟଣା । ୨୦୧୦ ମସିହାରେ ଚନ୍ଦ୍ରକାନ୍ତୀ ବାରିକ ରିତିନୀତି ଅନୁସାରେ ଦେବାଶିଷ ବାରିକଙ୍କୁ ବିବାହ କରିଥିଲେ । ଆଉ ଏକ ସୁନେଲୀ ଦାମ୍ପତ୍ୟ ଜୀବନର ସ୍ୱପ୍ନ ଦେଖିଥିଲେ । ହେଲେ ସ୍ୱପ ରହିଗଲା ସ୍ୱପ୍ନରେ । ଶାଶୁଘରେ ବଦଳିଯାଇଥିଲା ସବୁକିଛି । ଅଧିକ ଯୌତୁକ ପାଇଁ ଚାପ ପଡିଥିଲା । ଏପରିକି ଚନ୍ଦ୍ରକାନ୍ତୀଙ୍କ ବାପାଙ୍କୁ ୫୦ ହଜାର ଟଙ୍କା ଏବଂ ଏକ ବାଇକ ଦେବା ପାଇଁ ବାଧ୍ୟ କରାଯାଇଥିଲା । ହେଲେ ଶାଶୁଘର ଲୋକେ କିଛି ହାସଲ ନକରିପାରିବାରୁ ଶେଷରେ ରଚିଥିଲେ ଏହି ଭୟଙ୍କର ଷଡଯନ୍ତ୍ର । ସବୁଦିନ ପାଇଁ ଚନ୍ଦ୍ରକାନ୍ତୀଙ୍କୁ ଚୁପ କରିବାକୁ ତାଙ୍କ ଦେହରେ କିରାସିନି ପକାଇ ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ । ଚନ୍ଦ୍ରକାନ୍ତୀଙ୍କ ଶରୀର ୯୦ଭାଗ ପୋଡିଯାଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସେ ଆଖି ବୁଜି ଦେଇଛନ୍ତି । ମାମଲା ଏବେ ଥାନାରେ ପହଂଚିଛି । ମୃତ୍ୟୁ ପୂର୍ବରୁ ଚନ୍ଦ୍ରକାନ୍ତୀଙ୍କ ଏହି ବୟାନ ଏବେ ହତ୍ୟାକାରୀଙ୍କ ହୋସ ଉଡେଇ ଦେଇଛି ।