ହ୍ୱାଇଟ୍ ହାଉସରେ ବନ୍ଦର ପ୍ରଭାବ : ବାହାରୁ ଖାଇବା ଅର୍ଡର କରୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

173

ଆମେରିକାରେ ଗତ ୨୫ ଦିନ ହେବ ବନ୍ଦ ଅର୍ଥାତ୍ ଶଟଡାଉନ୍ ଚାଲିଥିବାରୁ ହ୍ୱାଇଟ୍ ହାଉସ ବାହାରେ ସଂଘୀୟ କର୍ମଚାରୀ ପ୍ରଦର୍ଶନ କରି ନିଜର ଆକ୍ରୋଶ ପ୍ରକାଶ କରୁଛନ୍ତି । ବନ୍ଦର ପ୍ରଭାବ ହ୍ୱାଇଟ୍ ହାଉସ୍ ଭିତରେ ମଧ୍ୟ ଦେଖିବାକୁ ମିଳିଛି । ଦରମା ନମିଳିବା କାରଣରୁ ହ୍ୱାଇଟ୍ ହାଉସ ଷ୍ଟାଫ୍ ଚାକିରୀ ଛାଡି ଯାଉଛନ୍ତି ।

ଅବସ୍ଥା ଏମିତି ହୋଇଛି ଯେ, ହ୍ୱାଇଟ୍ ହାଉସର ରୋଷେଇ ଘରେ ରୋଷେଇ କରିବାକୁ କେହି ନାହାଁନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବାଧ୍ୟ ହୋଇ ବାହାରୁ ଖାଦ୍ୟ ଅର୍ଡର କରି ଖାଇବାକୁ ପଡୁଛି ।

ଟ୍ରମ୍ପ ଆମେରିକାର କଲେଜ୍ ଫୁଟବଲ ଚାମ୍ପିଅନସିପ୍ ବିଜେତା ଦଳ କ୍ଲେମସନ୍ ଟାଇଗର୍ସଙ୍କୁ ମଧ୍ୟାହ୍ନ ଭୋଜନରେ ଡାକିଥିଲେ । ଏବଂ ଶେଷ ସମୟରେ ରୋଷେୟା ଛୁଟିରେ ଚାଲିଗଲେ । ଏମିତିରେ ଟ୍ରମ୍ପଙ୍କୁ ଅତିଥି ସତ୍କାର ପାଇଁ ପିଜ୍ଜା ଓ ବର୍ଗର ଅର୍ଡର କରିବାକୁ ପଡିଲା । ରାଷ୍ଟ୍ରପତି ଟ୍ରମ୍ପ ଏହି ଅର୍ଡର ନିଜ ଟଙ୍କାରେ କରିଥିଲେ ।