ବଢୁଛି ଉତ୍ତେଜନା ! ଚୀନ ସୀମାକୁ ଅଧିକ ସେନା ପଠାଇଲା ଭାରତ

38

କନକ ବ୍ୟୁରୋ: ବିବାଦୀୟ ଡୋକଲାମ ଅଂଚଳରେ ସେନା ସଂଖ୍ୟା ବଢାଇଲା ଭାରତ । ପ୍ରାୟ ୧୪ଶହ କିଲୋମିଟର ସୀମାରେ ୪୫ ହଜାର ଭାରତୀୟ ସେନା ମୁତୟନ ପାଇଁ ନିଷ୍ପତ୍ତି ନିଆଯାଇଛି । ସିକ୍କିିମ, ଅରୁଣାଚଳ ପ୍ରଦେଶ ଓ ଆସାମର ସେନା ଶିବିରରେ ଯବାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି । ବାରମ୍ବାର ଚୀନ ଭାରତକୁ ଯୁଦ୍ଧ ନେଇ ଧମକାଉଥିବା ବେଳେ ଭାରତ ଆଗୁଆ ପଦକ୍ଷେପ ନେଇଛି ।

ଗତ ୮ ସପ୍ତାହ ହେଲା ୩୫୦ ଜଣ ଭାରତୀୟ ସେନା ଡୋକଲାମ ଅଂଚଳରେ ମୁତୟନ ହୋଇଛନ୍ତି । ଯାହାଦ୍ୱାରା ଚୀନର ଚିନ୍ତା ଏବେ ବଢିଯାଇଛି । ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲି ସାରା ଦେଶକୁ ଆଶ୍ୱସନା ଦେଇ କହିଛନ୍ତି ସବୁ ସ୍ଥିତିର ସାମ୍ନା କରିବାକୁ ଭାରତୀୟ ସେନା ପ୍ରସ୍ତୁତ । ଦେଶର ସେନା ପାଖରେ ଅସ୍ତ୍ରଶସ୍ତ୍ରର କୌଣସି ଅଭାବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ ଅରୁଣ ଜେଟଲି । ତା ଭିତରେ ଭୁଟାନର ବୈଦେଶିକ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।

ପ୍ରକୃତପକ୍ଷେ କହିବାକୁ ଗଲେ, ଭାରତ-ଚୀନ ସୀମା ପ୍ରାୟ ୧୪ କିଲୋମିଟର ଲମ୍ବା । ସିକ୍କିମରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ଯାଏଁ ଏହି ସୀମା ପରିବ୍ୟାପ୍ତ । ଆଉ ଏଠାରେ ସୈନିକଙ୍କ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରାୟ ୪୫ ହଜାର ଜବାନଙ୍କୁ ୱେଦର ଏକଟିମେଟାଇଜନ ପ୍ରୋସେସେ ଅର୍ଥାତ ବିଭିନ୍ନ ବିଭିନ୍ନ ତାପମାତ୍ରାରେ ତାଲିମ ଦିଆଯାଇଛି । ଯବାନଙ୍କୁ ପ୍ରାୟ ୯ହଜାର ଫୁଟ ଉଚ୍ଚରେ ବିଭିନ୍ନ ତାପମାତ୍ରାରେ ତାଲିମ ଦିଆଯାଇଛି । ଆଉ ଏହି ତାଲିମ ୯ ଦିନ ଧରି ଚାଲିଥିଲା । ବର୍ତ୍ତମାନ ଡୋକଲାମରେ ୩୫୦ ଯବାନ ପୋଜିସନ ସମ୍ଭାଳିଛନ୍ତି ।