କୁକୁର ଓ ମଣିଷର ଅତୁଟ ପ୍ରେମ ! ରାସ୍ତା କଡରେ ୮୦ ଦିନ ହେବ ମାଲିକର ଫେରିବା ବାଟକୁ ଚାହିଁ ବସିଛି ନିରିହ କୁକୁର ।

ଅନେକ କଥା ଭାବି ତା ମାଲିକର ଫେରିବା ବାଟକୁ ଚାହିଁ ବସିଛି । କିନ୍ତୁ ସେ ଜାଣି ନାହିଁ ତାକୁ ସ୍ନେହ କରୁଥିବା ଲୋକଟି ଏ ଜନ୍ମରେ ଆଉ ତା ପାଖକୁ ଫେରିବ ନାହିଁ ।

589

କୁକୁର ଗୋଟେ ଏପରି ପଶୁ ଯିଏ ତାର ମଣିଷ ପାଇଁ ସବୁବେଳେ ଭରସା ଯୋଗ୍ୟ ହୋଇ ରହିଥାଏ । ଯଦି ତାର ମାଲିକ ବାହାରକୁ ଯାଇଥାଏ ତେବେ ମାଲିକର ଫେରିବା ବାଟକୁ ଚାହିଁ ବସିଥାଏ । ଏପରି ବି ଦେଖିବାକୁ ମିଳିଛି କି, ଅନେକ ଥର କୁକୁର ତା ମାଲିକର ଜୀବନ ମଧ୍ୟ ବଞ୍ଚାଇଛି । ନିଜ ଜୀବରକୁ ପରୱା ନକରି ତା ମାଲିକର ଜୀବନ ବଞ୍ଚାଇଥାଏ । କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ନିଶ୍ଚୟ ଭାବୁକ ହୋଇଯିବେ । ଆଉ କହିବେ କୁକୁର ହିଁ ମଣିଷର ପ୍ରକୃତ ବନ୍ଧୁ ।

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି । ଯାହାକୁ ଦେଖିବା ପରେ କାହାର ଆଖିରେ ଲୁହ ରହୁ ନାହିଁ । ଭିଡ଼ିଓରେ ହୋହଟ୍ ମଙ୍ଗୋଲିଆରେ ଥିବା ଏକ ରାସ୍ତା କଡ଼ରେ ଏକ କୁକୁର ବସିଥିବାର ଦେଖାଯାଇଛି । କୁକୁରଟି ଏପରି ବସିଥିବା ପଛର କାରଣ ଜଣା ପଡ଼ିବା ପରେ ସମସ୍ତେ ଆଶ୍ଚର‌୍ୟ୍ୟ ହେଉଛନ୍ତି।

ସୂଚନା ମୁତାବକ, ଅଗଷ୍ଟ୨୧ରେ କୁକୁରଟିର ମାଲିକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଏ ବିଷୟରେ ଜାଣିବା ପରେ କୁକୁରଟି ସେହି ସ୍ଥାନରୁ ନ ଯାଇ ୮୦ଦିନ ହେଲାଣି ସେଇଠି ନିଜ ମାଲିକର ଅପେକ୍ଷାରେ ବସି ରହିଥିବା ଜଣାପଡ଼ିଛି । ରାସ୍ତାରେ ଯାଉଥିବା ଲୋକ କୁକୁରଟିକୁ ସେଠାରୁ ଯିବା ପାଇଁ ପାଟି କରୁଥିଲେ ମଧ୍ୟ କୁକୁରଟି ସେଇଠି ବସି ରହିଛି । ସେ ଜାଣିନାହିଁ ତା ମାଲିକ ତାକୁ ସବୁଦିନ ପାଇଁ ଛାଡି ଆରପାରିକୁ ଚାଲିଯାଇଛି । ଅଖିଆ ଅପିଆ ସେହି ସ୍ଥାନରେ ବସି ମାଲିକର ଫେରିବା ବାଟକୁ ଚାହିଁ ରହିଛି । ସେ ଭାବୁଛି ମାଲିକ ଫେରିବ ଆଉ ମୁଁ ତା ସହିତ ଘରକୁ ଯିବି । ପୁଣି ମାଲିକ ମୋତେ ପୂର୍ବ ଭଳି ସ୍ନେହ କରିବ । ନିଜ ହାତରେ ଖାଇବାକୁ ଦେବ । ଏପରି ଅନେକ କଥା ଭାବି ତା ମାଲିକର ଫେରିବା ବାଟକୁ ଚାହିଁ ବସିଛି । କିନ୍ତୁ ସେ ଜାଣି ନାହିଁ ତାକୁ ସ୍ନେହ କରୁଥିବା ଲୋକଟି ଏ ଜନ୍ମରେ ଆଉ ତା ପାଖକୁ ଫେରିବ ନାହିଁ ।