ତାତିଲେ ଗ୍ରାମବାସୀ, ଡାକ୍ତରଙ୍କୁ ଗୋଡାଇ ଗୋଡାଇ ପିଟିଲେ । ହେଲେ କାହିଁକି

44

କନକ ବ୍ୟୁରୋ : ମେଡିକାଲ କ୍ୟାମ୍ପସରେ ଉତେଜନା । ଡାକ୍ତରଙ୍କୁ ଗୋଡେଇ ଗୋଡେଇ ପିଟିଲେ ମୃତକଙ୍କ ସମ୍ପର୍କୀୟ । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଘଟିଛି ଏପରି ଅଭାବନୀୟ ଘଟଣା । ବିଦ୍ୟୁତ୍ ଆଘାତ ପାଇ ମେଡିକାଲକୁ ଆସିଥିବା ଯୁବକଙ୍କୁ ମୃତ ଘୋଷଣା କରିବା ପରେ ଡାକ୍ତରଙ୍କୁ ମାଡ ମାରିଛନ୍ତି ଗାଁ ଲୋକ ।

ସୂଚନା ଅନୁଯାୟୀ, ବାଣପୁର ଥାନା ନିକଟସ୍ଥ ଖୁଂଟପଲ୍ଲୀ ଗାଁର ପ୍ରଶାନ୍ତ ସାହୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ତାଙ୍କୁ ବାଣପୁର ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ୨୨ ବର୍ଷୀୟ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିବା ପରେ ଏହାକୁ ନେଇ ମେଡିକାଲରେ ଉତେଜନା ଦେଖା ଦେଇଥିଲା । ଏପରିକି ମୃତକଙ୍କ ଗାଁ ଲୋକେ ଡାକ୍ତର ଓ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କୁ ମାଡ ମାରିବାକୁ ପଛାଇନଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି । ତେବେ ଏନେଇ ଉକ୍ତ ଡାକ୍ତର ଜଣକ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ।