ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ଇଞ୍ଜେକ୍ସନ ! ଘରୋଇ ମେଡିକାଲରୁ ଆଣି ସରକାରୀ ମେଡିକାଲରେ ଦେଲେ ଡାକ୍ତର ।

46

କନକ ବ୍ୟୁରୋ: ଉପାନ୍ତ ଅଂଚଳରେ ବାଟବଣା ନିରାମୟ ଯୋଜନା । ସରକାରୀ ଡାକ୍ତରଖାନାରେ ବ୍ରେନ ମ୍ୟାଲେରିଆ ରୋଗୀଙ୍କୁ ଏକ୍ସପାଇରି ଇଂଜେକ୍ସନ ଦିଆଯାଇଛି । ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଏମ.ଭି – ୧୯ ସ୍ୱାସ୍ଥ କେନ୍ଦ୍ର ରୁ । ଖୋଦ ମେଡିକାଲ କର୍ମଚାରୀ ନ ଦେଖି ନଶୁଣି କିପରି ଇଂଜେକ୍ସନ କୁ ଜେଣେ ମ୍ୟାଲେରିଆ ରୋଗୀଙ୍କ ଦେହରେ ପୁଶ କଲେ, ସେ ନେଇ ଡାକ୍ତରଖାନା ରେ ଉତେଜନା ପ୍ରକାଶ ପାଇ ଥିଲା ।

ସୂଚନା ମୁତାବକ, ମାରାତ୍ମକ ବ୍ରେନ୍ ମ୍ୟାଲେରିଆ ଜ୍ୱର ରେ ପିଡିତ ହୋଇ ଏମ.ଭି – ୧୯ ସରକାରୀ ସ୍ୱାସ୍ଥ କେନ୍ଦ୍ର ରେ ଚିକିତ୍ସିତ ହୋଉ ଥିଲେ ୫୦ ବର୍ଷୀୟ ଗୋପାଲ ମଣ୍ଡଳ । ଡାକ୍ତର ଆର୍ଟିସୁନେଟ ଇଂଜେକ୍ସନ ପ୍ରେସ୍କ୍ରାଇବ କରି ଥିବା ବେଳେ ତାହା ଡାକ୍ତରଖାନା ରେ ନ ଥିବା ଜାଣିବାକୁ ପାଇ ବାହାର ଥିବା ଦୋକାନ ରୁ କିଣି କି ଆଣି ଥିଲେ ପରିବାର ଲୋକେ । ତେବେ କିଛି ଦେଖି ନ ଚାହିଁ ଏକ୍ସପାଇରି ଇଂଜେକ୍ସନ କୁ ରୋଗୀଙ୍କ ଦେହ ରେ ସ୍ୱାସ୍ଥ କର୍ମୀ ପୁଶ କରି ଥିବା ଅଭିଯୋଗ ହୋଇଛି । ପ୍ରଥମ ଇଂଜେକ୍ସନ ରୋଗୀଙ୍କ ଦେହ ରେ ଦିଆ ସରି ଥିବା ବେଳେ ଦୁତୀୟ ଇଂଜେକ୍ସନ ଦେଖି ତାହା ଏକ୍ସପାଇରି ଜାଣିବାକୁ ପାରେ ଡାକ୍ତରଖାନା ରେ ଉତେଜନା ପ୍ରକାଶ ପାଇ ଥିଲା । ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ପଡି ଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତରିକ କରା ଯାଇ ଥିଲା । ପୁର୍ୱରୁ ଏମ.ଭି – ୧୯ ଗାଁ ରେ ଥିବା ମାଁ ମେଡିସିନ ଷ୍ଟୋର ନାମକ ଏକମାତ୍ର ଘରୋଇ ମେଡିସିନ ଷ୍ଟୋର ରେ ବାରମ୍ବାର ଏକ୍ସପାଇରି ମେଡିସିନ ଦିଆ ଯିବା ନେଇ ଗ୍ରାମବାସୀ ଅଭିଯୋଗ କରି ଆସିଛନ୍ତି ।

ବଜାର ରେ ନକଲି ଓ ଏକ୍ସପାଇରି ମେଡିସିନ କୁ ନିୟନ୍ତ୍ର କରିବା ଲାଗି ସ୍ୱତନ୍ତ୍ର ଡ୍ରଗ ଇନସ୍ପେକଟ ରହିଛନ୍ତି । ଏଥି ସହ ନିରାମୟ ଯୋଜନା ରେ ଏହି ସବୁ ଔଷଧ ମାଗଣା ରେ ଦିଆ ଯିବା ଲାଗି ବ୍ୟବସ୍ଥା ଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହି ଆର୍ଟିସୁନେଟ ଇଂଜେକ୍ସନ ବ୍ୟାପକ ପରିମାଣ ରେ ଉପଲବ୍ଧ ଥିବା ଜଣା ପଡିଛି । ତେବେ କେଉଁ ପରିସ୍ଥିତି ରେ ରୋଗୀଙ୍କୁ ଡାକ୍ତରଖାନା ଔଷଧ ଦିଆ ନ ଯାଇ ଘରୋଇ ଷ୍ଟୋର କୁ ଅନୁକମ୍ପା ଦେଖାଇ ଔଷଧ କିଣା ଗଲା ତାହା ର ଅନୁସନ୍ଧାନ କରା ଯିବ ବୋଲି କହିଛନ୍ତି ଜିଲ୍ଲା ଜନ ସ୍ୱାସ୍ଥ ତଥା ମୁଖ୍ୟ ଚିକିତ୍ସା ଅଧିକାରୀ ।