ରାତିପାହିଲେ ଦୀପାବଳୀ ! ଚାଇନା ନୁହେଁ ବଢ଼ୁଛି ଦେଶୀ ରଙ୍ଗୀନ ଦୀପର ଚାହିଦା । 

ଦୀପ ଆଲୁଅରେ ଆଲୋକିତ ହେବ ସାରା ଦୁନିଆ ।

524

କନକ ବ୍ୟୁରୋ : ରାତିପାହିଲେ ଆଲୋକର ପର୍ବ ଦୀପାବଳୀ । ଘରକୁ ଆଲୋକିତ କରିବାକୁ ରଙ୍ଗ ବେରଙ୍ଗର ମହମବତୀ ଓ ଦୀପ କିଣାରେ ସମସ୍ତେ ଲାଗି ପଡିଲେଣି  । ହେଲେ ଚାଇନା ନିର୍ମିତ ଦୀପ ବଜାରରେ ପ୍ରବେଶ କରିବା ପରେ ମାଟି ଦୀପର ଚାହିଦା କମି ଯାଉଛି । ତେଣୁ ଲୋକମାନଙ୍କୁ ପାରମ୍ପରିକ ମାଟି ଦୀପ ପ୍ରତି ଆକୃଷ୍ଟ କରିବା ପାଇଁ ଏହାକୁ ନୂଆ ରୂପ ଓ ରଙ୍ଗ ଦେଇ ଲୋକମାନଙ୍କ ନିକଟକୁ ଆଣିଛନ୍ତି ପାରାଦୀପର କୁମ୍ଭାର ପରିବାର ।

ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ  । ଏହି ଜ୍ୟୋତି ପର୍ବରେ ଘରକୁ ଆଲୋକିତ କରିବା ପାଇଁ ଦୀପ ଓ ମହମବତୀ ବିକ୍ରି ବଢ଼ିବାରେ ଲାଗିଛିି । ହେଲେ ଦିନକୁ ଦିନ ବଜାରରେ ଚାଇନା ନିର୍ମିତ ଦୀପର ବହୁଳ ବ୍ୟବହାର ହେଉଥିବାରୁ ମାଟିଦୀପ ଓ ମାଟି ତିଆରି ସାମଗ୍ରିର ଚହିଦା କମି କମି ଯାଉଛି । ତେଣୁ ପାରମ୍ପରିକ ମାଟି ଦୀପ ପ୍ରତି ଆକୃଷ୍ଟ କରିବା ପାଇଁ ଏଗୁଡିକୁ ନୁଆ ରୂପ  ଓ ରଂଗ ଦେଇ ଲୋକମାନଙ୍କ ନିକଟକୁ ଆଣିଛନ୍ତି ପାରାଦୀପ ଲୁଣୁକୁଆ ଗ୍ରାମର କୁମ୍ଭାର ପରିବାର । ଯାହାକୁ ଗ୍ରାହକ ମାନେ ଅଧିକ ପସନ୍ଦ କରିବା ସହ ଆଗ୍ରହର ସହିତ କିଣୁଥିବାର କୁହନ୍ତି ଟେରାକୋଟା କାରିଗର ।

ମାଟିର ଗଣେଶଦୀପ, ଶଖିଦୀପ, ଓମ୍ଦୀପ, ଶଂଖଦୀପ, ଗଛଦୀପ, ଷ୍ଟାଂଡଦୀପ, ତ୍ରୀମୁଖି ଓ ପଂଚମୁଖି ଦୀପ ପରି ଭଳକି ଭଳି ଦୀପ ତିଆରି କରୁଛନ୍ତି କାରିଗର । ସେଗୁଡିକୁ ଆକର୍ଷଣୀୟ ରଙ୍ଗରେ ସଜାଇ ନିକଟସ୍ଥ ବ୍ୟବସାୟୀ ମାନଙ୍କୁ ବିକ୍ରି କରୁଛନ୍ତି । ଦୀପାବଳିରେ ଏହିସବୁ ଆକର୍ଷଣୀୟ ଦୀପର ବଜାର ଚାହିଦା ଅଧିକ ହେବାସହ କାରିଗରମାନେ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଛନ୍ତି । ମାଟି ଦୀପ ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବବେଳେ ଦୀପକୁ ନୂଆ ରୂପରଂଗ ଦେଇ ନିଜର କୌଳିକ ବୃତିରୁ ଜୀବିକା ଅର୍ଜନ କରିବାରେ ସକ୍ଷମ ହୋଇଛନ୍ତି ଏହି ଦୀପ କାରିଗର ।