ଜେଲ୍ ସାଙ୍ଗକୁ ମୋଟାଅଙ୍କର ଜରିମାନା ! ଦୀପାବଳୀରେ ବାଣ ଫୁଟାଇ ପରିବେଶ ପ୍ରଦୂଷଣ କଲେ କ’ଣ ରହିଛି ଦଣ୍ଡ ଜାଣିରଖନ୍ତୁ ।

356

ଯଦି ଆପଣ ଦୀପାବଳିରେ ବାଣ ଫୁଟାଇବା ଚକ୍କରରେ ଅଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ନଚେତ୍ ଏଥର ଦୀପାବଳୀ ନୂଆ ସ୍ଥାନରେ ଅର୍ଥାତ୍ ଥାନା ଭିତରେ ପାଳନ କରିବାକୁ ପଡିପାରେ । ଥାନାକୁ ତ ଯିବେ କିନ୍ତୁ ମୋଟାଅଙ୍କର ଜରିମାନା ବି ଗଣିବେ । ପରିବେଶ ସଂରକ୍ଷଣ ଆଇନ୍ ଅନୁସାରେ ପ୍ରଦୂଷଣ କରୁଥିବା ବ୍ୟକ୍ତିଙ୍କୁ ୫ ରୁ ୭ ବର୍ଷ ପାଇଁ ଜେଲଦଣ୍ଡ ଭୋଗିବାକୁ ପଡିପାରେ । ଏହାସହ ଉକ୍ତ ବ୍ୟକ୍ତିଙ୍କ ଉପରେ ଜରିମାନା ମଧ୍ୟ ଲାଗିପାରେ ।

୧୦ କୋଟି ପର୍ଯ୍ୟନ୍ତ ଲାଗିପାରେ ଜରିମାନା :

ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି) ପରିବେଶ ପ୍ରଦୂଷଣ କରୁଥିବା ବ୍ୟକ୍ତିଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ରଖନ୍ତି । ପରିବେଶ ପ୍ରଦୂଷଣ କଲେ ୩ ବର୍ଷ ପାଇଁ ଦଣ୍ଡିତ କରିପାରନ୍ତି ଏବଂ ୧୦ କୋଟିର ଜରିମାନା ଲଗାଇବାର ଅଧିକାର ମଧ୍ୟ ରଖନ୍ତି । ଯଦି ୧୦ କୋଟି ଟଙ୍କାର ଜରିମାନା ଏବଂ ଜେଲ୍ ପରେ ବି ପ୍ରଦୂଷଣ ଜାରି ରହୁଛି ତେବେ ଏନଜିଟି ଆଦେଶ ନ ପାଳନ କରିବା ପର୍ଯ୍ୟନ୍ତ ପ୍ରତିଦିନ ହିସାବରେ ୨୫ ହଜାର ଟଙ୍କା ଜରିମାନା ଲାଗିପାରେ । ଯଦି କୌଣସି କମ୍ପାନୀ ପରିବେଶକୁ ପ୍ରଦୂଷଣ କରୁଛି ତେବେ ଏନଜିଟି କମ୍ପାନୀ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇବାର ଅଧିକାର ରହିଛି ।