ଭାରତରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ ଦୀପାବଳୀ, କେଉଁଠି ବୁଢୀ ଦୀୱାଲି ତ ଆଉ କେଉଁଠି ଦିୟାରୀ ।

9

ଭାରତରେ କିଛି ସ୍ଥାନରେ ଦୀପାବଳୀକୁ ଅଜବ ଢଙ୍ଗରେ ପାଳନ କରାଯାଏ । ହିମାଚଳପ୍ରଦେଶର କିଛି ସ୍ଥାନରେ ଦୀପାବଳୀକୁ ବୁଢୀ ଦୀୱାଲି କୁହାଯାଉଥିବା ବେଳେ ଛତିଶଗଡର ଏକ ଗାଁ ରେ ଦୀପାବଳୀର ପାଞ୍ଚଦିନ ପୂର୍ବରୁ ହିଁ ଏହି ପର୍ବ ପାଳନ କରାଯାଏ । ପଶ୍ଚିମବଙ୍ଗରେ ଦୀପାବଳୀର ୧୫ ଦିନ ପୂର୍ବରୁ ହିଁ ପର୍ବ ପାଳନ କରାଯାଏ । ଭଗବାନ ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କ ମନ୍ଦିରରେ ଦୀପାବଳୀ ଉତ୍ସବକୁ ଖୁବ୍ ଧୁମଧାମରେ ପାଳନ କରାଯାଏ ।

ହିମାଚଳର ଦୀପାବଳୀ :

ପରମ୍ପରା ଅନୁସାରେ ଦୀପାବଳୀ ପରେ ପଡୁଥିବା ପ୍ରଥମ ଅମାବାସ୍ୟାକୁ ବୁଢୀ ଦୀପାବଳୀ କୁହାଯାଏ । ଢୋଲ,ତୁରୀ ବଜାଇ ଦେବୀ-ଦେବତାଙ୍କୁ ପ୍ରାର୍ଥନା କରି ଲୋକଗୀତ ଗାଇ ଏହି ଉତ୍ସବ ମନାଯାଏ । ପରମ୍ପରା ଅନୁସାରେ,ଘରେ ଛେଳି ପାଳିଥିବା ଲୋକ ଏହି ଉତ୍ସବକୁ ଯାଇ ଦେବୀ-ଦେବତାଙ୍କ ପାଖରେ ପଶୁବଳୀ ଦେଇଥାନ୍ତି । ଶହ ଶହ ଛେଳିଙ୍କ ବଳୀ ଦେଇ ସେମାନଙ୍କ କଟାମୁଣ୍ଡକୁ ଦେବୀ-ଦେବତାଙ୍କ ଆଗରେ ରଖିଥାନ୍ତି । ପରେ ଏହି ମାଂସକୁ ପ୍ରସାଦ ସ୍ୱରୁପ ଘରେ ରାନ୍ଧି ଖାଇଥାନ୍ତି ।

ଏଠାରେ ଦୀପାବଳୀ ବଦଳରେ କୁହାଯାଏ ଦିୟାରୀ :

ଆଦିବାସୀ ବହୁଳ ଅଞ୍ଚଳମାନଙ୍କରେ ଦୀପାବଳୀ ପର୍ବ ପାଳନ କରାଯାଏନାହିଁ । ଏଠାରେ ସହର ଏବଂ ଗ୍ରାମର ଦୀପାବଳୀ ବଦଳରେ ସଂସ୍କୃତି ଅନୁସାରେ ଭିନ୍ନ ପ୍ରକ୍ରିୟାରେ ତିନିଦିନ ପର୍ଯ୍ୟନ୍ତ ଦିୟାରୀ ପର୍ବ ପାଳନ କରାଯାଏ । ଏହି ତିନିଦିନ ଫସଲରୂପୀ ମା’ଲକ୍ଷ୍ମୀ ,ମାଟି ଏବଂ ପଶୁମାନଙ୍କୁ ପୁଜା କରାଯାଏ ।

ହରିଆଣା :

ହରିଆଣା ରାଜ୍ୟର କିଛି ଗାଁରେ ଲୋକମାନେ ଭିନ୍ନ ଢଙ୍ଗରେ ଦୀପାବଳୀ ପାଳନ୍ତି । ପର୍ବର କିଛି ଦିନ ପୂର୍ବରୁ ଲୋକମାନେ ଘର ମଝିରେ ଗାତ ଖୋଳିଥାନ୍ତି । କବାଟରେ ଅହୋଇମାତାଙ୍କ ଚିତ୍ର କିମ୍ବା ଫଟୋ ଲଗାନ୍ତି । ଯେଉଁଥିରେ ଘରର ସଦସ୍ୟଙ୍କ ନାମ ଲେଖାଯାଏ । ଏହାପରେ ଅଗଣାରେ ଦୀପ ଏବଂ ମହମବତୀ ଲଗାଯାଏ । ପ୍ରତି ଘରୁ ଚାରୋଟି ଦୀପ ଚଉରାମୂଳେ ଦିଆଯାଏ , ଯାହାକୁ ଟୋନା କୁହାଯାଏ ।

ମହାରାଷ୍ଟ୍ର :

ଦୀପାବଳୀ ପର୍ବକୁ ମହାରାଷ୍ଟ୍ରରେ ଧୁମଧାମରେ ଚାରି ଦିନ ପର୍ଯ୍ୟନ୍ତ ପାଳନ କରାଯାଏ । ଧନତେରସ୍ ଦିନ ବେପାରୀ ମାନଙ୍କ ବହିଖାତା ପୂଜା କରିବା ଦିବସ ମନାଯାଏ । ନରକ ଚତୁର୍ଦ୍ଦଶୀରେ ମଧ୍ୟ ମହାରାଷ୍ଟ୍ରରେ ଗୃହପାଳିତ ପଶୁ,ଗାଡି ଏବଂ ଘରୋଇ ସାମଗ୍ରୀକୁ ପୂଜା କରାଯାଏ ।

ଦକ୍ଷିଣ ଭାରତ :

ତାମିଲନାଡୁରେ ଦୀପାବଳୀକୁ ପାରମ୍ପାରିକ ଢଙ୍ଗରେ ପାଳନ କରାଯାଏ । ଦୀପାବଳୀ ଗୋଟିଏ ଦିନ ପୂର୍ବରୁ ନରକ ଚଚ୍ଛୁର୍ଦ୍ଦଶୀରେ ଏଠାରେ ପାରମ୍ପାରିକ ସ୍ନାନ କରାଯାଏ ଏବଂ ଘର ସଫା କରି ରଙ୍ଗୋଲୀ ଦିଆଯାଏ । ଏଠାରେ ଥଲାଇ ଦୀପାବଳୀ କୁହାଯାଏ । ଏହି ପର୍ବରେ ନବବିବାହିତ ଦମ୍ପତୀଙ୍କୁ ଦୀପାବଳୀ ପାଳିବା ପାଇଁ କନ୍ୟାଘରକୁ ଯିବାକୁ ପଡିଥାଏ ।

Comments are closed.