ବିବାଦ ତୁଟିଲା

51

ବଲିଉଡ ଅଭିନେତ୍ରୀ କରିଶ୍ମା କପୁର ଓ ବିଜନେସ ମ୍ୟାନ ସଞ୍ଜୟ କପୁରଙ୍କ ମଧ୍ୟରେ ଲାଗି ରହିଥିବା ତଲାକ୍ ମାମଲାର ସାମାଧାନ ହୋଇଛି  । ଦୁଇଜଣ ଆପୋଷ ବୁଝାମଣାରେ ଅଲଗା ହେବାକୁ ରାଜି ହୋଇଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣୀ ସମୟରେ ଦୁହେଁ ନିଜ ନିଜ ସହମତିରେ ଅଲଗା ହେବା ନେଇ ପ୍ରସ୍ତୁତ ଅଛନ୍ତି । ତେବେ କରିଶ୍ମା-ସଂଜୟ ଅଲଗା ହେବା ପରେ ସେମାନଙ୍କ ପିଲା କରିଶ୍ମାଙ୍କ ପାଖରେ ରହିବେ । ସଂଜୟ ଚାହିଁଲେ ସେମାନଙ୍କୁ ଭେଟିବାକୁ ଆସିପାରିବେ । ଏବେ ଏହା ମଧ୍ୟ ଶୁଣିବାକୁ ମିଳୁଛି କି ମୁମ୍ବାଇରେ ଥିବା ସଂଜୟଙ୍କ ପିତାଙ୍କ ଘରକୁ କରିଶ୍ମାଙ୍କ ନାଁରେ ଟ୍ରାନ୍ସଫର୍ କରିଦିଆଯାଇଛି ।