କନକ ବ୍ୟୁରୋ: ସେମାନେ ଅକ୍ଷମ ନୁହଁନ୍ତି କି ଅସମର୍ଥ ନୁହଁନ୍ତି । ସମାଜ ପାଇଁ ସେମାନେ ବୋଝ ବି ନୁହଁନ୍ତି । ସେମାନଙ୍କ ଭିତରେ ସମ୍ଭାବନା ରହିଛି, ସମାଜ ପ୍ରତି କିଛି କର୍ତ୍ତବ୍ୟ ରହିଛି । ଦୁନିଆ ପାଇଁ ଦିବ୍ୟାଙ୍ଗ ଅଦରକାରୀ ନୁହଁନ୍ତି ବରଂ ଦାୟିତ୍ୱବାନ ଓ ଦୟାବାନ ବୋଲି ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ବ୍ରହ୍ମବରଦାର ଦିବ୍ୟାଙ୍ଗ ଯୁବକଯୁବତୀ ।
ପ୍ରତିଦିନ ରକ୍ତ ଅଭାବରେ ଅନେକ ଜୀବନ ଅକାଳରେ ଝରିପଡୁଛି । ରକ୍ତ ଟୋପେ ନମିଳିବାରୁ ଅନେକ ମାଆଙ୍କ କୋଳ ଶୂନ୍ୟ ହେଉଛି, ଅନେକ ନିଜ ସମ୍ପର୍କୀୟଙ୍କୁ ହରାଉଛନ୍ତି । ତେବେ ଏହି ରକ୍ତ ଅଭାବକୁ ପୂରା କରିବାକୁ ଅଣ୍ଟା ଭିଡିଛନ୍ତି ଦିବ୍ୟାଙ୍ଗା ଯୁବକ ଯୁବତୀ । ଯାଜପୁର ଜିଲ୍ଲାର ୪୪୦ ଥାଲେସେମିଆ ରୋଗୀଙ୍କୁ ରକ୍ତ ଯୋଗାଇ ଦେବାକୁ ଏମାନେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ।
ତେବେ ଦିବ୍ୟାଙ୍ଗଙ୍କୁ ଅସହାୟ ଭାବୁଥିବା ସମାଜର କିଛି ଲୋକଙ୍କୁ ଏମାନେ ଏଭଳି ଉଦ୍ୟମ ଏକ ନୂଆ ବର୍ତ୍ତା ଦେବା ସହ ସେମାନଙ୍କ ରୁଗ୍ଣ ମାନସିକତାକୁ ବଦଳାଇବ ବୋଲି ଆଶା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/Sakhyama.jpg)
/kanak/media/post_attachments/wp-content/uploads/2019/09/vlcsnap-2019-09-15-17h51m14s142-300x165.png)
/kanak/media/post_attachments/wp-content/uploads/2019/09/vlcsnap-2019-09-15-17h51m05s729-300x165.png)