ବିଜୟଙ୍କ ପାଇଁ ପାଟକୁରାରେ ଦିଲୀପ ରାୟ । କହିଲେ ରହିଛି, ରହିବ ତାଙ୍କ ଯୋଡି, ମିଳିତ ଭାବେ ବିଜେପିରୁ ଦେଇଥିଲେ ଇସ୍ତଫା । 

384

କନକ ବ୍ୟୁରୋ : ପାଟକୁରାରେ ଦିଲୀପ ରାୟ  । ପାଟକୁରା ଆସି ଆଜି ବନ୍ଧୁ ତଥା ପାଟକୁରାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି ସୁନ୍ଦରଗଡର ପୂର୍ବତନ ବିଧାୟକ ଦିଲୀପ ରାୟ । ଏହି ଅବସରରେ ବିଜୟଙ୍କ ସହ ତାଙ୍କର ଯୋଡି ରହିଛି ଓ ରହିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଦିଲୀପ । ବିଜୟଙ୍କ କର୍ମୀଙ୍କୁ ଉତ୍ସାହିତ କରିବା ସହ ପାଟକୁରାର ମହାଲଢ଼େଇରେ ଅଛନ୍ତି ବୋଲି କହିଛନ୍ତି ଦିଲ୍ଲୀପ ।

ବିଜୟଙ୍କୁ ଦିଲ୍ଲୀପ ଭେଟିବା ପରେ କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ବିଜୟଙ୍କ ସହ ଦିଲ୍ଲୀପ ଭାରତୀୟ ଜନତା ପାର୍ଟିରୁ ମିଳିତ ଭାବେ ଇସ୍ତଫା ଦେଇଥିଲେ  । କିନ୍ତୁ ବିଜୟ ପୁଣି ସେହି ବିଜେପିରୁ ନିର୍ବାଚନ ଲଢ଼ୁଛନ୍ତି । ପାଟକୁରା ବିଧାନସଭା ଆସନରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ବିଜେପିର ଏହି ଟାଣୁଆ ନେତା । ସେପଟେ ଚଳିତ ନିର୍ବାଚନରେ  ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇନାହାନ୍ତି ଦିଲୀପ ରାୟ ।