ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଢିଙ୍କଚାକ୍ ପୂଜାଙ୍କ ଆଉ ଏକ ଗୀତ ! ୟୁଜର କହିଲେ ଦୟାକରି ଗୀତ ଗାଇବା ଛାଡିଦିଅ,ଦେଖନ୍ତୁ ଭିଡିଓ
ୟୁଟ୍ୟୁବର ଏବଂ ବିଗବସ୍ ସିଜନ୍ -୧୧ ର ପ୍ରତିଯୋଗୀ ଢିଙ୍କଚାକ୍ ପୂଜାଙ୍କ ସେଲ୍ଫୀ ମେନେ ଲେ ଲୀ ଆଜ୍ ଗୀତଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହାପରେ ସେ ଇଣ୍ଟରନେଟ୍ ସେନସେସନ୍ ହୋଇଯାଇଥିଲେ । ଏହାପରେ ସେ ପପୁଲାର୍ ରିୟଲିଟି ଶୋ’ ବିଗବସ୍ ସିଜନ୍ -୧୧ ରେ ବି ପ୍ରତିଯୋଗୀ ରୁପେ ଯୋଗ ଦେଇଥିଲେ । ଢିଙ୍କଚାକ୍ ପୂଜା ଏହି ଶୋରେ ମଧ୍ୟ ଗୋଟିଏ ଗୀତ ପ୍ରସ୍ତୁତ କରିଥିଲେ ଯାହାକୁ ଟ୍ୱିଟରରେ ବହୁତ ସେୟାର୍ କରାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
Jiska tumhay tha intezar , vo gaana
aaa gya ….. aaa gya ….. aaa gya………. nache jab kudi dilli di on my YouTube channel 👇🏻 https://t.co/m0nNMG5vWk pic.twitter.com/OumP38DJXe— Dhinchakpooja (@DhinchakPooja) January 21, 2019
“ସେଲ୍ଫୀ ମେନେ ଲେ ଲୀ ଆଜ୍” ଏବଂ “ଦିଲୋଁ କା ସୁଟର” ପରେ ସେ ଏବେ ଏକ ନୂଆ ଗୀତ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହି ଗୀତର ନାଁ ରହିଛି ‘ନଚେ ଜବ୍ କୁଡି ଦିଲ୍ଲୀ ଦି’ । ୩ ମିନିଟର ଏହି ଗୀତ ଝଡ ପରି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ୨୦ ଜାନୁଆରୀକୁ ଏହି ଗୀତ ୟୁଟ୍ୟୁବ୍ ରେ ସେୟାର୍ କରାଯାଇଥିଲା । ତେବେ ବାକି ସବୁ ଗୀତ ଭଳି ଏହି ଗୀତଟିକୁ ମଧ୍ୟ ସମସ୍ତେ ମଜା ଉଡାଉଛନ୍ତି । ଲୋକେ ତାଙ୍କୁ ଗୀତ ଗାଇବାକୁ ମନା କରିବା ସହ ଥଟ୍ଟା ମଧ୍ୟ ଉଡାଉଛନ୍ତି । ଗତବର୍ଷ ତାଙ୍କ ଗୀତକୁ ବିଗବସ୍ ରେ ସଲମାନ୍ ଖାନ୍ ଏବଂ ଅକ୍ଷୟ କୁମାର ମଧ୍ୟ ଖୁବ୍ ଥଟ୍ଟା କରିଥିଲେ ।
https://t.co/lR1OvOkqc5 https://t.co/lR1OvOkqc5
— Dhinchakpooja (@DhinchakPooja) January 23, 2019