ସେଲଟର୍ ହୋମ ଯୌନ ନିର୍ଯ୍ୟାତନା ମାମଲା ! ଜାମିନ୍ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଫୟାଜ ରେହେମାନ ।

70

କନକ ବ୍ୟୁରୋ: ହାଇକୋର୍ଟର ଦ୍ୱାରସ୍ଥ ହେଲେ ଢେଙ୍କାନାଳ ବେଲଟିକିରି ସେଲଟର୍ ହୋମ୍ ମାମଲାରେ ଗିରଫ ହୋଇଥିବା ଗୁଡ ନ୍ୟୁଜ୍ ଇଣ୍ଡିଆର ମୁଖ୍ୟ ଫୟାଜ ରେହେମାନ । ତେବେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ସେଲ୍ଟର ହୋମର ଘଟଣାର ମୁଖ୍ୟ ତଥା ଡ଼ାର୍ଟି ଡ଼ାଡି । ଏହା ସହିତ ଏଥିରେ କାମ କରୁଥିବା ଅନ୍ୟ ୧୩ ଜଣ କର୍ମଚାରୀ ମଧ୍ୟ ଜାମିନ ଆବେଦନ କରିଛନ୍ତି ବୋଲି ସୂଚନା ମିଳିଛି ।

Shelterଢେଙ୍କାନାଳ ବେଲଟିକିରି ସେଲଟର ହୋମରେ ଅନ୍ତେବାସୀଙ୍କୁ ଯୌନ ନିର୍ଯ୍ୟାତନା ଦେବା, ଚାଲାଣ ସହ ଧର୍ମାନ୍ତୀକରଣ କରାଯାଉଥିବା ଅଭିଯୋଗରେ ଫୟାଜ ରେହେମାନଙ୍କୁ ଗିରଫ କରାଯାଇଥିଲା । ଏହା ପୂର୍ବରୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଫୟାଜଙ୍କ ଜାମିନ୍ ଆବେଦନକୁ ଦୁଇ ଦୁଇ ଥର ଖାରଜ କରିଦେଇଛନ୍ତି । ତେଣୁ ଫୟାଜଙ୍କ ତରଫରୁ ମାମଲା ଲଢୁଥିବା ତାଙ୍କ ଓକିଲ ଆବେଦନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସେପଟେ ଏହି ଅଭିଯୋଗ ଆସିବା ପରେ ରାଜ୍ୟରେ ଥିବା ବିଭିନ୍ନ ସେଲଟର ହୋମରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଚଢଉ ଜାରି ରଖିଛନ୍ତି । ସେଲଟର ହୋମ ନାଁରେ ଛାତ୍ରୀମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଆସିବା ପରେ ସରକାରଙ୍କର ଗାଇଡଲାଇନ ଅନୁସାରେ ସେଲଟର ହୋମ ଗୁଡିକ ଚାଲୁଛି କି ନାହିଁ ତାହା ସମୀକ୍ଷା କରିଛି ଆୟୋଗ