କନକ ବ୍ୟୁରୋ : ସିଟି ହସ୍ପିଟାଲ ଦାବିରେ ଢ଼େଙ୍କାନାଳରେ ତେଜିଲା ଆନ୍ଦୋଳନ । ଆଜି ୧୨ ଘଂଟିଆ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ସଂଘ ଓ ସଂଗଠନ । ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେହିପରି ଗାଡି ଚଳାଚଳ ପ୍ରଭାବିତ ହୋଇଛି । ଫଳରେ ଜୀବନଯାତ୍ରା ଠପ ହୋଇଯାଇଛି ।
ଏହି ଆନ୍ଦୋଳନକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ସମର୍ଥନ କରାଯାଉଛି । ତେବେ ୧୨ ଘଂଟିଆ ବନ୍ଦ ପାଳନ ହେଉଥିବା କାରଣରୁ ଗାଡିମଟର ବି ବନ୍ଦ ରହିଛି । ବାଜିଚୌକଠାରୁ ଆରମ୍ଭ କରି କଲେଜ ଛକ ପର୍ଯ୍ୟନ୍ତ ରାସ୍ତାରେ ଆନ୍ଦୋଳନ ଚାଲିଛି । ସହର ମଧ୍ୟରେ ଥିବା ମୁଖ୍ୟ ସ୍ଥାନ ଗୁଡିକରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/DHENKANAL.jpg)