ହରେକୃଷ୍ଣ ମହତାବ ଜୟନ୍ତୀରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ । ବିଜେଡି କହିଲା, ଲୋକଙ୍କୁ ମିଛ କହି ଭୁଆଁ ବୁଲାଉଛନ୍ତି କେନ୍ଦ୍ରମନ୍ତ୍ରୀ

129

କନକ ବ୍ୟୁରୋ : ଭୁବନେଶ୍ୱରରେ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍ସବରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ବିୟର ଫ୍ୟାକ୍ଟ୍ରି ପାଇଁ ତୁରନ୍ତ ଜାଗା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ଅଛି , କିନ୍ତୁ କେନ୍ଦ୍ରରୁ ଟଙ୍କା ମଂଜୁର ହେବା ପରେ ଓ ବାରମ୍ବାର ଚିଠି ଲେଖିଲା ପରେ ବି ବରୁଣେଇରେ ଏକ ପାଇକ ସ୍ମାରକୀ ନିର୍ମାଣ ପାଇଁ ୫୦ ଏକର ଜାଗା ଦେବାକୁ ସମୟ ନାହିଁ । ସରକାର ଆସିବ-ଯିବ, ହେଲେ ଓଡିଶାର ଗୌରବକୁ ନ୍ୟୁନ କରାନଯାଉ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ଏହାର ଜବାବରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ହକି ବିଶ୍ୱକପର ଥିମ୍ ସଙ୍ଗର ରିଲିଜ ପାଇଁ ପ୍ରଧାନମନ୍ତ୍ରୀ ସମୟ ଦେଲେ ନାହିଁ ବୋଲି ବିଜେଡି ଅଭିଯୋଗ କରୁଥିବା ଧର୍ମେନ୍ଦ୍ର କହିଛନ୍ତି । କିନ୍ତୁ ଏଭଳି କହି ଧର୍ମେନ୍ଦ୍ର ଓଡିଶାବାସୀଙ୍କୁ ମିଥ୍ୟା କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସେ ଯୋଗ ଦେଇପାରିନଥିବା କହିଛନ୍ତି ପ୍ରତାପ ଦେବ । ତେଣୁ ଧର୍ମେନ୍ଦ୍ର ପ୍ରଧାନ ଏଭଳି କହି ବିଭ୍ରାନ୍ତି ସୃଷ୍ଟି ନ କରନ୍ତୁ ।

ଏହାଛଡା ବକ୍ସି ଜଗବନ୍ଧୁଙ୍କ ସର୍ମ୍ପକରେ କେନ୍ଦ୍ରମନ୍ତ୍ରୀ ଯାହା କହିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ । ଜଗବନ୍ଧୁଙ୍କ ନାଁରେ ବୃହତ ପାନୀୟ ଜଳ ଯୋଜନା ‘ବସୁଧା’ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏପରିକି ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ଟ୍ରେନ ଓଡିଶାରୁ ଦିଲ୍ଲୀକୁ ଚଳାଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଥାଇ ମଧ୍ୟ ସମ୍ଭବ ହୋଇପାରିଲା ନାହିଁ । ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରିବାକୁ ଯାଇ ଅତି ନିମ୍ନ ସ୍ତରକୁ ଚାଲି ଯାଉଛନ୍ତି ବୋଲି ପ୍ରତାପ କହିଛନ୍ତି ।