କନକ ବ୍ୟୁରୋ: ବିଜେଡିର ସୁରାଟ କାର‌୍ୟ୍ୟକ୍ରମ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି , ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବାସୀ ଓଡିଆଙ୍କ କଥା ମନେ ପଡିଛି । ଏହା ଏକ ଲୋକଦେଖାଣିଆ ପ୍ରୟାସ । କେନ୍ଦ୍ରର ଆୟୁଷ୍ମାନ ଯୋଜନା ନବୀନ ପଟ୍ଟନାୟକ ଲାଗୁ କରିନଥିବାରୁ ପ୍ରବାସୀ ଓଡିଆ ଏହାର ଲାଭ ପାଇପାରୁନାହାନ୍ତି । ତେଣୁ ଆୟୁଷ୍ମାନ ଯୋଜନାରେ ପ୍ରବାସୀ ଓଡିଆଙ୍କୁ ସାମିଲ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ହେଲେ କେବଳ ସୁରାଟ ନୁହେଁ ବେଙ୍ଗାଲୁରୁ, ହ୍ରାଇଦ୍ରାବାଦ, ମୁମ୍ବାଇରେ ରହୁଥିବା ଓଡିଆ ଲୋକେ ବି ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Advertisment

publive-image

ସେପଟେ, ଧର୍ମେନ୍ଦ୍ରଙ୍କ ସମାଲୋଚନାର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି କି, ୩ଟି ରାଜ୍ୟରେ ବିଜେପିର ପତନ ପରେ ବିଜେପି ଆତଙ୍କିତ ହୋଇପଡିଛି ଏବଂ ଧର୍ମେନ୍ଦ୍ରବାବୁ ଏକଥା ଭୁଲିବା ଉଚିତ ନୁହେଁ କି ସୁରଟ୍ ପାଇଁ ଆଜି ଗୁଜୁରାଟରେ ସରକାରରେ ବସିଛନ୍ତି । ଏବଂ କେଉଁଠି ନା କେଉଁଠି ତାଙ୍କ ମନରେ ଯେଉଁ ଆଶଙ୍କା ରହିଛି, ଯେଉଁଥି ପାଇଁ ସେ କିଛିମାସ ତଳେ ନିଜେ ସୁରଟ୍ ଯାଇଥିଲେ ଆଉ ଭାବିଥିଲେ କି ଏ ଓଡିଆ ବନ୍ଧୁମାନେ ସେଠାରୁ ଆସି ବୋଧେ ଯାହା ସୁରଟରେ କରିଥିଲେ ତାହା ଓଡିଶାରେ କରିବେ । ସେଇଟା ଧର୍ମେନ୍ଦ୍ରବାବୁଙ୍କର ଦିବା ସ୍ୱପ୍ନ ବୋଲି ମୁଁ ସ୍ପଷ୍ଟ ଆକାରରେ କହି ରଖିବାକୁ ଚାହେଁ ବୋଲି ପ୍ରତାପ ଦେବ କହିଛନ୍ତି । ପ୍ରତାପ ଦେବ ଆହୁରୀ ମଧ୍ୟ କହିଛନ୍ତି କି, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଆ ଲୋକଙ୍କୁ ଭଲ ଆପାନ୍ତି ଏବଂ ଓଡିଶା ଲୋକଙ୍କ ପାଇଁ ସବୁରାଜ୍ୟରେ କରିଛନ୍ତି ଆଉ ସେହି ହାରରେ ସେ ଚିଠି ମଧ୍ୟ ଲେଖିଛନ୍ତି । କିନ୍ତୁ ବିରୋଧୀଙ୍କର ଭେଳି ନକରାତ୍ମକ ଚିନ୍ତାଧାରା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

publive-image

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସୁରାଟ ଯିବେ । ଗସ୍ତ ପୂର୍ବରୁ ସୁରଟକୁ ସିଧାସଳଖ ଟ୍ରେନ ଚଳାଇବା ପାଇଁ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଗତକାଲି ଚିଠି ଲେଖିଛନ୍ତି ନବୀନ । ବ୍ରହ୍ମପୁରରୁ ସିଧାସଳଖ ସୁରଟକୁ ଦୁଇଟି ଟ୍ରେନ ଚଳାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେହିପରି ସୁରଟକୁ ସିଧାସଳଖ ବିମାନ ଚଳାଚଳ କରିବାକୁ ବି ନବୀନ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି । ନବୀନ ଲେଖିଛନ୍ତି ଜରୁରୀ ଆବଶ୍ୟକତା ବେଳେ ସୁରଟରେ ରହୁଥିବା ଓଡିଆ ଲୋକ ଅତିଶୀଘ୍ର ଓଡିଶା ଫେରିପାରୁନାହାଁନ୍ତି । ତେଣୁ ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା କରାଯାଉ । ଏଥିସହ ସୁରଟରେ ଓଡିଆଙ୍କ ପାଇଁ ଏକ କମ୍ୟୁନିଟି ସେଂଟର ନିର୍ମାଣ କରିବା ପାଇଁ ଜାଗା ଦେବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଗୁଜୁରାଟ ସରକାର ସୁରଟରେ ୧ ଏକର ଜାଗା ଦେଲେ ସେଠାରେ ଓଡିଶା ସରକାର କମ୍ୟୁନିଟି ସେଂଟର ନିର୍ମାଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

publive-image

ଉଲ୍ଲେଖ ଥାଉ କି,ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ଦିନିକିଆ ଗସ୍ତରେ ସୁରଟ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ବିଜେଡି ମନ୍ତ୍ରୀ, ସାଂସଦ, ବିଧାୟକମାନେ ଗତକାଲିଠାରୁ ସୁରଟ ଗସ୍ତରେ ଯାଇଛନ୍ତି। ଏହି କାର‌୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ଓଡ଼ିଆଙ୍କୁ ଏକାଠି କରିବାକୁ ବିଜେଡି ନେତାମାନେ ସେଠାକାର ଓଡ଼ିଆ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ଜୋର୍ଦାର୍ ପ୍ରସ୍ତୁତି ଚଳାଇଛନ୍ତି। ଏପରିକି ଓଡ଼ିଶା ମହୋତ୍ସବରେ ଓଡ଼ିଆମାନଙ୍କୁ ଯୋଗ ଦେବା ପାଇଁ ସେଠାକାର ବୁଣାକାର ସଂସ୍ଥାଗୁଡ଼ିକ ୧୭ ତାରିଖକୁ ଛୁଟି ଘୋଷଣା କରିବା ନିମନ୍ତେ ଗୁଜୁରାଟ ବୁଣାକାର ସଂଘଗୁଡ଼ିକ ମହାସଂଘର ସଭାପତିଙ୍କୁ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏକ ଚିଠି ଲେଖିଥିଲେ। ମହାସଂଘ ପକ୍ଷରୁ ତାହାକୁ ଗ୍ରହଣ କରାଯାଇ ସେହି ଦିନକୁ ଛୁଟି କରାଯାଇଛି।