ପଳାତକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଦେଲା ଡାକ ପିଅନର ଆଖ୍ୟା

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପଳାତକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଦେଲା ଡାକ ପିଅନର ଆଖ୍ୟା । ଓଡିଶାରୁ ପରାଜିତ ହେବା ପରେ ବାହାର ରାଜ୍ୟରୁ ରାଜ୍ୟସଭାକୁ ମନୋନିତ ହୋଇଥିବା ଧର୍ମେନ୍ଦ୍ରଙ୍କୁ ଓଡିଶା ସରକାର କି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଟିପ୍ପଣୀ ଦେବାର ଅଧିକାର ନାହିଁ ବୋଲି ଏକ ପ୍ରେସ ଇସ୍ତହାରରେ ଯୁବ ବିଜେଡି ଉଲ୍ଲେଖ କରିଛି । ଓଡିଶାର ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିବା ଓ ପରେ ମୁଖ୍ୟମନ୍ତ୍ରୀଙ୍କ ଚିଠି ଜରିଆରେ ପ୍ରଶ୍ନ କରୁଛନ୍ତି ଧର୍ମେନ୍ଦ୍ର । ଏପରିକି କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ଲେଖି ଓଡିଶା ଅନ୍ୟ ବିଭାଗର ପ୍ରସଙ୍ଗରେ ମଧ୍ୟ ସେ ଉତ୍ତର ରଖୁଛନ୍ତି । ତାଙ୍କର ଏପରି କାମକୁ ବିଜେଡି ନାପସନ୍ଦ କରିଛି । ସେ ଜଣେ ଡାକ ପିଅନ ପରି ଚିଠି ଲେଖା ଓ ଜବାବ ରଖି ଧର୍ମେନ୍ଦ୍ର କ୍ଷମତାକୁ ଆସି ପାରିବେ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି । ଏହି ପ୍ରେସ ଇସ୍ତହାରକୁ ବିଜେଡି ପକ୍ଷରୁ ବ୍ୟଙ୍ଗାତ୍ମକ ଢଙ୍ଗରେ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଇଛି । ଅନ୍ୟପଟେ ବିଜେପି ପକ୍ଷରୁ କହୁଯାଇଛି ଯେ କେନ୍ଦ୍ର ବିରୋଧୀ ପ୍ରସଙ୍ଗ ନଥିବାରୁ ବ୍ୟକ୍ତିଗତ ଆକ୍ଷେପ କରୁଛି ବିଜେଡି ।

ଏହା ସହ ଧର୍ମେନ୍ଦ୍ର ନା ନବୀନ – କିଏ ଓଡିଶାର ଭୂମିପୁତ୍ର ? ଜୋର ଧରିଲା ଆକ୍ଷେପ ଯୁଦ୍ଧ