ଆସ ସିଂହଦେଓ ପାର୍ଟିରେ ମିଶ ! କଂଗ୍ରେସ ନେତାଙ୍କୁ ବିଜେପିରେ ଯୋଗ ଦେବାକୁ ଖୋଲା ଆହ୍ୱାନ ଦେଲେ ଧର୍ମେନ୍ଦ୍ର

27

କନକ ବ୍ୟୁରୋ : ପୂର୍ବତନ ପିସିସି ସଭାପତି କେପି ସିଂଦେଓଙ୍କୁ ବିଜେପିରେ ଯୋଗ ଦେବାପାଇଁ ଖୋଲା ଆମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କନାଳରେ ଏକ କାର୍ଯ୍ୟକ୍ରମରେ ଦୁଇ ନେତା ଯୋଗ ଦେଇଥିଲେ । ଏହି ସମୟରେ ଧର୍ମେନ୍ଦ୍ର କେପି ସିଂଦେଓଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଏବଂ ତାଙ୍କ ଦଳରେ ଯୋଗ ଦେବାକୁ ଆହ୍ୱାନ ବି ଦେଇଥିଲେ । ଏହାର ପ୍ରତିକ୍ରିୟା ରଖିଥିଲେ କେପି ସିଂଦେଓ । କହିଥିଲେ ମୁଁ ଏ ବିଷୟରେ ଚିନ୍ତା ବି କରିନି  । କଂଗ୍ରେସ୍ ପାର୍ଟିରୁ ବାହାର କରିବା ପରେ କେଉଁ ଦଳରେ ମିଶିବି ସେକଥା ଚିନ୍ତା କରିବି  । ଏବେ ଠାରୁ କିଏ କଣ କଳ୍ପନା ଜଳ୍ପନା କରିଛି ସେଥିପାଇଁ ମୁଁ ଦାୟୀ ନୁହେଁ  ।