କନକ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ । ତେବେ ଅନ୍ତିମ ଲଢ଼େଇ ପାଇଁ ୬ଟି ଲୋକସଭା କ୍ଷେତ୍ରରୁ ୪୯ ଜଣ ସାଂସଦ ପ୍ରାର୍ଥୀ ବ୍ୟଟେଲ୍ ଗ୍ରାଉଣ୍ଡକୁ ଓହ୍ଲାଇଥିବାବେଳେ ୪୨ଟି ବିଧାନସଭା ଆସନକୁ ଦଖଲ କରିବା ପାଇଁ ୪୦୯ ଜଣ ପ୍ରାର୍ଥୀ ପ୍ରସ୍ତୁତି ଚଳାଇଛନ୍ତି । ଅନ୍ତିମ ପର୍ଯ୍ୟାୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏହା ଅଧିନସ୍ଥ ଥିବା ୪୨ଟି ଆସନରେ କଡ଼ା ମୁକାବିଲା କରିବାକୁ ପ୍ରମୁଖ ଦଳର ଶୀର୍ଷ ନେତାମାନେ ରଣାଙ୍ଗନ କ୍ଷେତ୍ରରେ ରଣ ହୁଙ୍କାର ଦେଉଛନ୍ତି ।
ଏହି ପ୍ରରିପେକ୍ଷୀରେ ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି । ଜନତାଙ୍କ ନିକଟତର ହେବା ପାଇଁ ରାଜ୍ୟର ତିନି ପ୍ରମୁଥ ଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସର ତୁଙ୍ଗ ନେତାମାନେ ଘର ଘର ବୁଲି ଭୋଟ୍ ଭିକ୍ଷା କରିବା ସହ ମାରାଥନ ରୋଡ ସୋ କରୁଛନ୍ତି । ତେବେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ରୋଡ ସୋ ମାଧ୍ୟମରେ ଭୋଟରଙ୍କ ପାଖକୁ ଯାଇ ଭୋଟ ମାଗୁଛନ୍ତି ।
ବଡ କଥା ହେଲା, ପ୍ରତାପଙ୍କ ରୋଡ ସୋ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଂସଦ ପ୍ରାର୍ଥୀ ଏବଂ ଅନ୍ୟ ପ୍ରାର୍ଥୀଙ୍କ ସହ ମିଶି ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଜିଲା ସାରା ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରାଯାଉଛି। ବାଲେଶ୍ୱର ସହରରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଓ ଅନ୍ୟ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରୋଡ ଶୋରେ ସହର ପରିକ୍ରମା କରିଥିଲେ। ତେବେ ଏହି ରୋଡ ଶୋ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/BALESORE-PRACHAR.jpg)
/kanak/media/post_attachments/wp-content/uploads/2019/04/vlcsnap-2019-04-25-13h11m06s387-300x169.png)
/kanak/media/post_attachments/wp-content/uploads/2019/04/vlcsnap-2019-04-25-13h11m16s188-300x169.png)
/kanak/media/post_attachments/wp-content/uploads/2019/04/5-2-300x162.jpg)