ଆଜି ଧନତେରସ ! ଜାଣନ୍ତୁ ପୂଜା ଓ କିିଣାକିଣିର ଶୁଭ ମୁହୂର୍ତ୍ତ

186

ଭାରତରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ପ୍ରତିଦିନ କିଛି ନା କିଛି ପୂଜା ପର୍ବ ଚାଲିଥାଏ । କିନ୍ତୁ ଭାରତୀୟ ସଂସ୍କୃତିରେ ଧନତେରାସର ଗୁରୁତ୍ୱ ଅଧିକ । ଭାରତବାସୀ ଏହାକୁ ଗୋଟିଏ ଶୁଭଦିନ ବୋଲି ବିଚାର କରିଥାନ୍ତି । ଧନତେରାସ ଦିନ କିଣାକିଣି କଲେ ଶୁଭ ହୋଇଥାଏ ବୋଲି ସମସ୍ତେ ଭାବିଥାନ୍ତି । ଏହି ଦିନ କିଣାକିଣି କଲେ ମା ଲକ୍ଷ୍ମୀ ଓ ଧନର ଦେବତା କୁବେର ପ୍ରସନ୍ନ ହେବା ସହ ଧନ ସମ୍ପତି ପ୍ରଦାନ କରିଥାନ୍ତି ।

ଆଜି ଧନତେରାସ । ଆଜି ଏତେ ଶୁଭ ଦିନ ଯେକୌଣସି ବ୍ୟକ୍ତି ଯାହା ବି କିଣିଲେ ଲାଭପ୍ରଦ ହୋଇଥାଏ । କିନ୍ତୁ ସବୁ ଧମତେରାସ ଦିନ କିଣାକିଣି କରିବାର ଶୁଭ ବେଳା ରହିଥାଏ । ଯେଉଁ ସମୟରେ କି ଜିନିଷପତ୍ର କିଣିବା ଓ ପୂଜା କରିବା ଦ୍ୱାରା ଅଧିକ ଫଳପ୍ରାପ୍ତି ହୋଇଥାଏ । ଧନତେରାସ ଦିନ ସନ୍ଧ୍ୟା ୭.୩୦ରୁ ୯ଟା ମଧ୍ୟରେ କିଣାକିଣି କରିବା ସବୁଠୁୁ ଶୁଭ । ଏହି ସମୟ ମଧ୍ୟରେ ପୂଜାକରିବା ବି ଲାଭଦାୟକ । ଏଥିପାଇଁ ଏହି ସମୟରେ ପୂଜା ଓ ଉପାସନା କରିବା ଉଚିତ୍ ।

ଯଦି ଧନତେରାସ ଦିନ ଆପଣ ପୂରାଦିନ ଜିନିଷ କିଣିବା ପାଇଁ ଭାବୁଥାନ୍ତି ,ତେବେ ଆପଣଙ୍କ ଚିନ୍ତାଧାରା ବଦଳାଇଦିଅନ୍ତୁ । ଅପରାହ୍ମ ୩ଟାରୁ ୪.୩୦ ମଧ୍ୟରେ ପୂଜା କିମ୍ବା କୌଣସି ଦ୍ରବ୍ୟ କିଣନ୍ତୁ ନାହିଁ । ଏହା ଅଶୁଭ ଅଟେ ।ଧନତେରାସ ଦିନ ଆର୍ୟୁବେଦର ଜନକ ଧନ୍ୱନ୍ତରୀଙ୍କ ମୂର୍ତିକୁ ପୂଜା କରାଯାଇଥାଏ । ଏଦି ଦିନ ଲୋକମାନେ ନୂଆବାସନ କିଣି ବିଭିନ୍ନ ପ୍ରକାର ଖାଦ୍ୟ ଧନ୍ୱନ୍ତରୀ ଉଦ୍ଦେଶ୍ୟରେ ସମର୍ପଣ କରିଥାନ୍ତି । ଧନତେରାସଧନତେରାସରେ ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସେ ବୋଲି ବିଶ୍ୱାସ ରହିଛି । ତେଣୁ ଅଧିକାଂଶ ଲୋକ ଆଜିର ଦିନରେ ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ କିଣିବାକୁ ପସନ୍ଦ କରିଥାନ୍ତି ।