ଭାରତୀୟ ବାୟୁସେନାର ଆକ୍ରମଣରେ ଧୁଳିସାତ ହୋଇଯାଇଛି ଆତଙ୍କବାଦୀଙ୍କ ଆଡ୍ଡା । ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ ହେଉଥିବା ୪ଟି ପ୍ରତିଷ୍ଠାନକୁ ଧ୍ୱଂସ କରିଥିବା ନେଇ ସ୍ପଷ୍ଟ ହୋଇଛି । ଏହି ଆତଙ୍କବାଦୀ ବିରୋଧୀ ଅପରେସନରେ ଆତଙ୍କୀଙ୍କ ୪ଟି ଠିକଣା ଧ୍ୱଂସ ହୋଇଛି । ସେଟେଲାଇଟ୍ ରାଡାର୍ ଜାରିଆରେ ଏହି ୪ଟି ଆଡ୍ଡାର ଚିତ୍ର କଏଦ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଭିତରେ ଏହି ରିପୋର୍ଟ ପ୍ରକାଶ ପାଇଛି ।
ଭାରତୀୟ ବାୟୁସେନାର ୧୨ଟି ଲଢ଼ୁଆ ବିମାନ ନେଇ ପାକିସ୍ତାନର ବାଲାକୋଟ୍ ଅଂଚଳରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଏବଂ ପ୍ରାୟ ହଜାରେ କିଲୋଗ୍ରାମ୍ ବୋମା ମାଡ଼ କରିଥିଲେ । ସୂଚନା ଅନୁସାରା ଗୁଇନ୍ଦା ଏଜେନ୍ସି ପାଖରେ ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇଥିବା ନେଇ ପ୍ରମାଣ ରହିଛି । ସିନଥେଟିକ୍ ଆପେଚର୍ ରାଡାର୍ ଜରିଆରେ ଧ୍ୱଂସ ପାଇଥିବା ଆଡ୍ଡା ଗୁଡ଼ିକର ଚିତ୍ର କଏଦ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/JAIAS.jpg)
/kanak/media/post_attachments/wp-content/uploads/2019/03/India_destroys_Jaish_terror_camps_in_Pakistan-300x148.jpg)