‘ମୋ ସରକାର’ରେ ସାମିଲ ହେଲା କୃଷି ବିଭାଗ । ଚାଷୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ । ସମସ୍ୟା ବୁଝିବେ, ସମାଧାନ ପାଇଁ ନେବେ ଚାଷୀଙ୍କ ମତାମତ ।

259

କନକ ବ୍ୟୁରୋ : ଥାନା ଓ ଡାକ୍ତରଖାନା ଭଳି ମୋ ସରକାରରେ ସାମିଲ ହେଉଛି କୃଷି ବିଭାଗ । ସରକାରୀ ଯୋଜନାରେ ଚାଷୀ ଲାଭ ପାଉଛନ୍ତି ନା’ ନାହିଁ ? ବିଭାଗର କାମକୁ ନେଇ ଚାଷୀ କେତେ ସନ୍ତୁଷ୍ଟ? କ’ଣ କଲେ ଚାଷୀ ଉପକୃତ ହେବେ ? ଏନେଇ ସିଧାସଳଖ ଚାଷୀଙ୍କ ସହ କଥା ହୋଇ ମତାମତ ନେବେ ରାଜ୍ୟ ସରକାର । ଏମିତି କି ମୁଖ୍ୟମନ୍ତ୍ରୀ ନିଜେ ଚାଷୀଙ୍କୁ ଫୋନ୍ କରି ଚାଷୀଙ୍କ ସୁବିଧା-ଅସୁବିଧା ବୁଝିବେ ।

ଚାଷୀଙ୍କୁ ଫୋନ୍ କରିବେ ମୁଖ୍ୟମନ୍ତ୍ରୀ । ଚାଷର ଭଲ-ମନ୍ଦ ବୁଝିବେ ନବୀନ । ସରକାରୀ ଯୋଜନା ନେଇ ନେବେ ମତାମତ । ଠିକ୍ ଥାନା ଓ ଡାକ୍ତରଖାନା ଭଳି ରାଜ୍ୟ ସରକାରଙ୍କ ମହତକାଂକ୍ଷୀ କାର୍ଯ୍ୟକ୍ରମ ମୋ ସରକାର ଯୋଜନାରେ ସାମିଲ ହୋଇଛି କୃଷି ବିଭାଗ । ବିଭାଗର କାମକୁ ନେଇ ଚାଷୀ କେତେ ସନ୍ତୁଷ୍ଟ? ସରକାରୀ ଯୋଜନାରେ ଚାଷୀ ସୁବିଧା ପାଉଛନ୍ତି ନା ନାହିଁ? ଏନେଇ ଚାଷୀଙ୍କ ସହ ସିଧାସଳଖ କଥା ହେବେ ରାଜ୍ୟ ସରକାର । ଏମିତି ଚାଷୀଙ୍କୁ ଫୋନ୍ କରି ମତାମତ ଦେବେ ମୁଖ୍ୟମନ୍ତ୍ରୀ ।

ଏହି କ୍ରମରେ, ଯଦି ଚାଷୀଙ୍କ ପ୍ରତିକ୍ରିୟା ଭଲ ରୁହେ, ତେବେ କୃଷି ବିଭାଗର କର୍ମଚାରୀଙ୍କୁ ପ୍ରଶଂସା ପତ୍ର ସହ ମିଳିବ ପ୍ରୋତ୍ସାହନ । ଆଉ ଯଦି ଚାଷୀଙ୍କ ପ୍ରତିକ୍ରିୟା ନକରାତ୍ମକ ରୁହେ, ତେବେ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ଏହାର ମୂଳ ଲକ୍ଷ୍ୟ ହେଉଛି ।
-ଚାଷୀ ସମସ୍ୟା ବୁଝିବା ସହ ସମସ୍ୟାର ସମାଧାନ ପାଇଁ ଚାଷୀଙ୍କ ମତାମତ ନିଆଯିବ
-ସରକାରୀ ଯୋଜନାରେ ଚାଷୀ ଲାଭ ପାଉଛନ୍ତି ନା’ ନାହିଁ ସେ ସଂପର୍କରେ ଆଲୋଚନା ହେବ
-କୃଷି ବିଭାଗର ୨୦ଟି ଯୋଜନା କେମିତି ଚାଷୀଙ୍କ ପାଖରେ ପହଂଚିବ ସେଦିଗରେ ପଦକ୍ଷେପ ନିଆଯିବ
-ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି ସହ ଜଳସେଚନ ପାଇଁ ପୋଖରୀ ଖନନର ବ୍ୟବସ୍ଥା କରାଯିବ
-୫ବର୍ଷରେ ଚାଷୀଙ୍କ ପାଇଁ ୫ଲକ୍ଷ ପୋଖରୀ ଖନନ କରାଯିବ
– କୃଷି କର୍ମଚାରୀଙ୍କ ଦକ୍ଷତା ନିରୁପଣ କରାଯିବ
-ଲାଇଭ୍ କଲ ସେଂଟର ଜରିଆରେ ଚାଷୀଙ୍କ ସହ କଥା ହେବେ ସରକାର
-କାଳିଆ ଯୋଜନା ପାଇଁ ଗ୍ରିଭେନ୍ସ ପୋର୍ଟାଲ ଖୋଲାଯିବ

ଚାଷୀ କଲ୍ୟାଣ ନେଇ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ କେବଳ ପ୍ରହସନ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଯଦି ଚାଷୀଙ୍କ ପାଇଁ ସରକାରଙ୍କ ଏତେ ଦରଦ, ତେବେ ପଶ୍ଚିମ ଓଡ଼ିଶାରେ ଚାଷୀ କେମିତି ଧାନ ବିକ୍ରି କରିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

ସେହିପରି ଫାଇଭ-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ । ଏଥିପାଇଁ ଯୋଜନା ଓ ସଂଯୋଜନା ବିଭାଗକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ । ଫାଇଭ-ଟି ଲାଗୁ ହେବା ପରେ ଅଧ୍ୟାପକଙ୍କ ଉପସ୍ଥାନ ସାତ ଘଂଟା ବାଧ୍ୟତାମୂଳକ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପ ପରିଷଦ ଗଠନ ହେବ । ଲ୍ୟାପଟପ ବାଂଟିବା ଲାଗି ରାଜ୍ୟସ୍ତରୀୟ ବଦଳରେ ଜିଲ୍ଲା ଓ ବ୍ଲକସ୍ତରୀୟ ମେଧାବୀ ତାଲିକା ବଛା ଯାଇ ଲ୍ୟାପଟପ ବଂଟାଯିବ । ଏସଏମଏସ ଓ ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ଫିଟବ୍ୟାକ ପଠାଇପାରିବେ । ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିୟର କାଉନସେଲିଂ ସେଲକୁ ସୁଦୃଢ କରାଯିବ । ଏବଂ ମୋ ସ୍କୁଲ ଭଳି ମୋ କଲେଜ ପ୍ରତିଷ୍ଠା ହେବ ।