ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ସଭ୍ୟ ସମାଜର ସଙ୍କୁଚିତ ଚିନ୍ତାଧାରା ! ଦଉଡି ଭାରର ସାହାରା ନେଲା ଦଳିତ ଶବ , ଜାଣନ୍ତୁ ସମ୍ପୁର୍ଣ୍ଣ ଖବର ।

985

ବୁଧବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି । ଏହି ଭିଡିଓ ଦେଖିଲେ ଆପଣ ଜାଣିପାରିବେ ଯେ ଆଜିର ସମୟରେ ବି କିଛି ଲୋକଙ୍କ ମାନସିକତା ଆଦୌ ପରିବର୍ତ୍ତନ ହୋଇନାହିଁ । ଆଧୁନିକ ସମୟରେ ମଧ୍ୟ ଉଚ୍ଚ-ନୀଚ୍ଚ ଭେଦଭାବର ଉଦାହରଣ ଦେଖିବାକୁ ମିଳିଛି । ଘଟଣାଟି ହେଉଛି ତାମିଲନାଡୁର । ଏଠାରେ ଜଣେ ଦଳିତଙ୍କ ଶବକୁ କିଭଳି ଭାବେ ସଭ୍ୟ ସମାଜର ତାଡନା ସହ୍ୟ କରିବାକୁ ପଡିଛି ତାହା ଦେଖିବାକୁ ମିଳିଛି । ତାମିଲନାଡୁ ନାରାୟଣପୁରମ୍ ର ଭାନିୟମବାଡିରେ ଜଣେ ଦଳିତଙ୍କ ଶବର ଅନ୍ୱେଷ୍ଟିକ୍ରିୟା କରିବା ପାଇଁ ରାସ୍ତା ମିଳିଲା ନାହିଁ । ଆପଣଙ୍କୁ ଖବରଟି ଶୁଣି ନିଶ୍ଚୟ ଅଜବ ଲାଗୁଥିବ । ଘଟଣାଟି ହେଉଛି କିଛି ଏଭଳି ; ନାରାୟଣପୁରମରେ କୁପ୍ପନ୍ (୫୫) ନାମକ ଜଣେ ବ୍ୟକ୍ତିଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ଶନିବାର ତାଙ୍କ ଅନ୍ୱେଷ୍ଟିକ୍ରିୟା ପାଇଁ ଯେତେବେଳେ ଶବକୁ ଶ୍ମଶାନ ନିଆଗଲା ତାଙ୍କୁ ରାସ୍ତାରେ ଯିବା ପାଇଁ ଅନୁମତି ମିଳିନଥିଲା । ତେବେ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିନାହିଁ । ଗତ ୪ ବର୍ଷ ଧରି ଗାଁ ଶ୍ମଶାନରେ ଜାଗାର ଅଭାବ କାରଣରୁ ଦଳିତ ଲୋକେ ପାଲାର୍ ନଦୀ ପାଖରେ ଥିବା ଶ୍ମଶାନରେ ଅନ୍ୱେଷ୍ଟିକ୍ରିୟା କରିଆସୁଛନ୍ତି ।

ତେବେ ଅଜବର କଥା ହେଉଛି ୪ ବର୍ଷ ହେଲାଣି ପ୍ରତିଟି ଶବର ଅନ୍ୱେଷ୍ଟିକ୍ରିୟା ପାଇଁ ସଭ୍ୟ ସମାଜର ଲୋକ ଦଳିତ ସମାଜକୁ ରାସ୍ତାରେ ଯିବା ପାଇଁ ଅନୁମତି ଦେଉନାହାନ୍ତି । ଶ୍ମଶାନ ଯିବା ବାଟରେ ଚାଷଜମି ପଡୁଥିବାରୁ ଉଚ୍ଚଜାତିର ଲୋକମାନେ ଦଳିତଙ୍କ ଶବ ବୋହିନେବାକୁ ଅଶୁଭ ମନେକରନ୍ତି । ତେବେ ଏହି ପରିସ୍ଥିତିରେ ଶବଙ୍କ ପାଇଁ ମାଧ୍ୟମ ପାଲଟିଛି ଦଉଛି । ଏକ ମୋଟା ଦଉଡି ସାହାଯ୍ୟରେ ଶବକୁ ବାନ୍ଧି ୨୦ ଫିଟ୍ ପୋଲ ତଳକୁ ଅଣାଯାଉଛି ଏବଂ ପୋଲ ତଳେ ଥିବା ଲୋକ ଶବକୁ ନେଇ ନଦୀ ପାଖରେ ଥିବା ଶ୍ମଶାନରେ ଦାହ କରୁଛନ୍ତି । ଗତ ୪ ବର୍ଷ ମଧ୍ୟରେ ଏଭଳି ଚାରୋଟି ଶବକୁ ଦାହ କରାଗଲାଣି । ଦଳିତ ଶ୍ରେଣୀର ଲୋକମାନେ ଏନେଇ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ।