/kanak/media/post_attachments/wp-content/uploads/2017/08/dengue1.jpg)
ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରକୃତରେ କଟକ ଜିଲ୍ଲାରେ କେତେ ରହିଛି, ସେ ନେଇ ପ୍ରକୃତ ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ଜାନୁୟାରୀରୁ ଜନ୍ ୩୦ସୁଦ୍ଧା ଏସସିବିରେ ୭୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଯେଉଁମାନେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ସେମାନେ କଟକରେ ରହୁନାହାନ୍ତି ବରଂ ବେଙ୍ଗାଲୁରୁ, ପୁନେ, ଚେନ୍ନାଇରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆସୁଥିବା ଜଣାପଡ଼ିଛି। ଘରକୁ ଆସି ପରୀକ୍ଷା କରିବା ପରେ ସେମାନଙ୍କଠାରେ ଡେଙ୍ଗୁ ରୋଗ ଚିହ୍ନଟ ହୋଇଥିବା ଏସସିବି ମେଡିସିନ୍ ବିଭାଗ ଆସୋସିଏଟ୍ ପ୍ରଫେସର ତଥା ଡେଙ୍ଗୁ ନୋଡାଲ ଅଫିସର ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି। ଏସସିବି କ୍ୟାମ୍ପସରେ ଗତବର୍ଷ ଡେଙ୍ଗୁରେ ୫/୬ଜଣ ଆକ୍ରାନ୍ତ ହୋଇଥିବାବେଳେ ଏ ନେଇ କ୍ୟାମ୍ପସ ପରିସରରେ ଯେଉଁଭଳି ସତର୍କତା ଅବଲମ୍ବନ କରାଯିବା କଥା ତା’ କରାଯାଉନଥିବା ଅଭିଯୋଗ ହେଉଛି।