ବିମୁଦ୍ରାକରଣକୁ ତିନି ବର୍ଷ ପୁରିଲା । ଆଜିର ଦିନରେ ବନ୍ଦ ହୋଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ପ୍ରଚଳନ

269

କନକ ବ୍ୟୁରୋ: ବିମୁଦ୍ରୀକରଣକୁ ଆଜିକୁ ୩ ବର୍ଷ ପୂରୁଛି। ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥନୀତିରେ ସେତେବେଳେ ପ୍ରଚଳନ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଦେଇଥିଲେ। ଏହା ବଦଳରେ ନୂଆ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟର ପ୍ରଚଳନ କରାଯାଇଥିଲା। ବିମୁଦ୍ରୀକରଣକୁ ୩ ବର୍ଷ ପୂରଣ ହେବାକୁ ଯାଉଥିବାବେଳେ ପୂର୍ବତନ ଅର୍ଥ ସଚିବ ସୁଭାଷ ଗର୍ଗ ଆଜି ଏକ ବଡ଼ ସୂଚନା ପ୍ରଦାନ କରିଛନ୍ତି। ଗତମାସରେ ଶକ୍ତି ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଶ୍ରୀ ଗର୍ଗ କହିଛନ୍ତି, ବହୁ ପରିମାଣର ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ନାହିଁ। ଏହାକୁ ପୂର୍ବରୁ ମହଜୁଦ କରି ରଖାଯାଇଛି। ମ

ହଜୁଦ କରି ରଖାଯାଇଥିବାରୁ ଉକ୍ତ ନୋଟ୍ର ବିମୁଦ୍ରୀକରଣ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପ୍ରଚଳନରେ ଥିବା ମୋଟ ମୁଦ୍ରା ମଧ୍ୟରୁ ୨୦୦୦ ଟଙ୍କିଆ ନୋଟ୍ର (ମୂଲ୍ୟ ହିସାବରେ) ଅଂଶ ହେଉଛି ପ୍ରାୟ ଏକ ତୃତୀୟାଂଶ। ଏହାକୁ ମହଜୁଦ କରି ଦିଆଯାଉଥିବାରୁ ପୂର୍ବପରି ଏବେ ଆଉ ସେତେଟା ପ୍ରଚଳନରେ ନାହିଁ। ମୁଦ୍ରା ପ୍ରଚଳନ ବ୍ୟବସ୍ଥାରେ ସେଭଳି ବଡ଼ ଧରଣର ବାଧା ସୃଷ୍ଟି କରା ନଯାଇ ଉକ୍ତ ନୋଟ୍କୁ ହଟାଇ ନିଆଯାଇପାରେ। ଏହାର ଏକ ସହଜ ପଦ୍ଧତି ହେଲା ପ୍ରଚଳନରେ ଥିବା ନୋଟ୍କୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ଦିଆଯାଇ ତାହାକୁ ପୁନଃ ବଜାରକୁ ନଛାଡ଼ିବା।

୨୦୧୬ ନଭେମ୍ବର ୮ରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ବିମୁଦ୍ରୀକରଣ କରି ଦିଆଯିବା ଫଳରେ ଅର୍ଥନୀତିରେ ପ୍ରଚଳନ ଥିବା ୮୬ ପ୍ରତିଶତ େନାଟ୍ ଅକାମୀ ହୋଇଯାଇଥିଲା। ଦୀର୍ଘଦିନ ପର୍ୟ୍ୟନ୍ତ ଟଙ୍କା ଉଠାଣ ଉପରେ ସରକାର କଟକଣା ଲଗାଇଥିଲେ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିେଲ। ନିଯୁକ୍ତି, ଉତ୍ପାଦନ ଆଦି କ୍ଷେତ୍ର ସାଂଘାତିକ ଭାବେ ପ୍ରଭାବିତ ହୋଇଥିଲା। ବିମୁଦ୍ରୀକରଣ ପ୍ରସଙ୍ଗରେ ଲୋକାଲସର୍କଲସ ନାମକ ଏକ ସଂସ୍ଥା ପକ୍ଷରୁ ଏବେ ଏକ ସର୍ଭେ କରାଯାଇଥିଲା। ଏଥିରେ ୬୬ ପ୍ରତିଶତ ଲୋକ ମତ ଦେଇଛନ୍ତି ଅର୍ଥନୀତି ଉପରେ ବିମୁଦ୍ରୀକରଣର ନକାରାତ୍ମକ ପ୍ରଭାବ ପଡ଼ିଛି। ଏପରିକି ଏହି ପଦକ୍ଷେପ ଯୋଗୁ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ୩୩ ପ୍ରତିଶତ ଲୋକ ମତ ଦେଇଛନ୍ତି। ଅନ୍ୟପକ୍ଷରେ ସର୍ଭେରେ ଭାଗ ନେଇଥିବା ୨୮ ପ୍ରତିଶତ ଲୋକେ ବିମୁଦ୍ରୀକରଣର କୌଣସି ନକାରାତ୍ମକ ପ୍ରଭାବ ନଥିବା କହିଛନ୍ତି।