କନକ ବ୍ୟୁରୋ : ଆଜି ଦିଲ୍ଲୀ ବନ୍ଦ । ସିଲିଂ ବିରୋଧରେ ବ୍ୟବସାୟୀମାନେ ୩ ଦିନିଆ ବନ୍ଦ ଡ଼ାକରା ଦେଇଛନ୍ତି । ବ୍ୟବସାୟୀଙ୍କ ସଂଗଠନ କ୍ୟାଟ୍ ଏହି ବନ୍ଦ ଡ଼ାକରା ଦେଇଛି । ଦିଲ୍ଲୀରେ ସିଲିଂକୁ ବ୍ୟବସାୟୀମାନେ ବିରୋଧ କରୁଛନ୍ତି । ଏବେ ସମସ୍ତଙ୍କ ନଜର ରହିଛି ଡିଡିଏ ବୋର୍ଡ ବୈଠକ ଉପରେ । ଏଥିରେ ସିଲିଂ ପ୍ଲାନଙ୍କୁ ସଂଶୋଧନ କରିବା ପାଇଁ ନୂଆ ପ୍ରସ୍ତାବ ରଖାଯିବ ।
ବ୍ୟବସାୟୀଙ୍କ ଏହି ବନ୍ଦ ଡାକରାକୁ ବିଜେପି ସମର୍ଥନ କରିଛି । ବ୍ୟବସାୟୀଙ୍କ ସହ ଜଡିତ ସଙ୍ଗଠନ କ୍ୟାଟ କହିଛି ଯେ, ମାଷ୍ଟର ପ୍ଲାନ ସଂଶୋଧନ ପରେ ନୋଟିଫିକେସନ ଜାରି ହେବା ଦରକାର । ଏହା ପରେ ସିଲିଂକୁ ରୋକାଯିବ । ଦୀର୍ଘଦିନ ଧରି ଦିଲ୍ଲୀରେ ସିଲିଂକୁ ବିରୋଧ ଜାରି ରହିଛି । ଏହାକୁ ବ୍ୟବସାୟୀ ବିରୋଧ କରୁଛନ୍ତି । ଦିଲ୍ଲୀ ନଗର ନିଗରମ ୩ ମେୟର ଏ ବାବଦରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଥିଲେ ବି ସମାଧାନର ସୁତ୍ର ବାହାରିପାରିନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/delhi.jpg)