କନକ ବ୍ୟୁରୋ: ଦିଲ୍ଲୀରେ ଶସ୍ୟ ମଣ୍ଡିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ଆଁରେ ପୁରା ଫସି ଯାଇଛି ଦିଲ୍ଲୀର ରାଣୀ ଝାନସୀ ଅଂଚଳରେ ଥିବା ଏହି ଶସ୍ୟ ମଣ୍ଡି । ବର୍ତମାନ ସୁଦ୍ଧା ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନିଆଁ ଲିଭା ଓ ଉଦ୍ଧାର କାମରେ ଲାଗିଛି ୩୦ ଟି ଅଗ୍ମିଶମ ବାହିନୀ । ନିଆଁ ଭିତରୁ ପ୍ରାୟ ୫୦ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ଆହୁରି ଲୋକ ନିଆଁ ଭିତରେ ଫସି ରହିଥିବା ଅନୁମାନ କରାଯାଉଛି ।
Dr Kishore Kumar, Medical Superintendent, Lok Nayak Hospital on fire incident at Rani Jhansi Road: There are 14 casualties. Our team of doctors are attending to the injured; Visuals from Rani Jhansi Road #Delhipic.twitter.com/4lzOXWvR8H
— ANI (@ANI) December 8, 2019
ନିଆଁ ଅତି ଭୟଙ୍କର ଭାବରେ ବ୍ୟାପିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ପାଇବା ସଂଭାବନା ରହିଛି । ସକାଳ ପ୍ରାୟ ୫ଟାରେ ପାଖରେ ମଣ୍ଡିରେ ଥିବା ଏକ ପାଉଁରୁଟି କାରଖାନାରେ ନିଆଁ ଲାଗିଥିଲା । କୋଠାଟି ୩ ମହଲା ବିଶିଷ୍ଟ ହୋଇଥିବା ବେଳେ ପ୍ରଥମେ ଉପର ମହଲାରେ ନିଆଁ ଲାଗିବା ପରେ ପୁରା କୋଠାକୁ ବ୍ୟାପିଥିଲା । ପୁରା ଅଂଚଳଟି ଅଣ ଓସାରିଆ ହୋଇଥିବାରୁ ଭିତରକୁ ପହଁଚି ଦମକଳ ଗାଡି ନିଆଁ ଲିଭାଇବା କଷ୍ଟକର ହୋଇଥିଲା । ତଥାପି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି ।