ବଦଳିଲା ଦିଲ୍ଲୀ ଡେୟାରଡେଭିଲ୍ସର ନାଁ ! ନୂଆ ପରିଚୟ, ନୂଆ ଅଧିନାୟକ ନେଇ ଏଥର ପଡିଆକୁ ଓହ୍ଲାଇବ ଦଳ ।

531

କ୍ରିକେଟର ଜଗତର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପାଇଁ ଖେଳାଳୀ ନିଲାମୀ ଆଗାମୀ ଡିସେମ୍ବର ମାସ ୧୮ ତାରିଖରେ ହେବ । ତେବେ ଏହା ପୂର୍ବରୁ ସାମ୍ନାକୁ ଆସିଛି ଏକ ବଡ ଖବର । ଗତ କିଛି ସିଜିନ୍ ଧରି ଆଇପିଏଲରେ ଖରାପ ପ୍ରଦର୍ଶନ କରୁଥିବା ଦିଲ୍ଲୀ ଡେୟାରଡେଭିଲ୍ସ ଚଳିତଥର ଆଇପିଏଲରେ ନିଜ ଦଳର ନୂଆ ନାମ ନେଇ ପଡିଆକୁ ଓହ୍ଲାଇବ । ଆଇପିଏଲର ଆଗାମୀ ସିଜିନରେ ଦିଲ୍ଲୀ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ନାମରେ ନାମିତ ହେବ । ଏନେଇ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଫ୍ରାଂଚାଇଜ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆଇପିଏଲରେ ୧୧ ବର୍ଷର ଯାତ୍ରା ଶେଷ କରିବା ପରେ ୨୦୧୯ରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ନାମରେ ଜଣାଯିବ ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଜେଏସଡବ୍ଲୁ ଦଳର ୫୦ ପ୍ରତିଶତ ଅଂଶୀଦାର ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିଗତ କିଛି ସିଜିନ୍ ଧରି ଆଇପିଏଲରେ ଖରାପ ପ୍ରଦର୍ଶନ କରିଆସୁଛି ଦିଲ୍ଲୀ ଡେୟାରଡେଭିଲ୍ସ । ଗୌତମ ଗମ୍ଭୀରଙ୍କ ନେତ୍ୱତ୍ୱରେ ଗତ କିଛି ବର୍ଷ ହେବ ଦିଲ୍ଲୀ ଦଳ ପଡିଆକୁ ଓହ୍ଲାଇଥିବା ବେଳେ ଚଳିତ ସିଜିନରେ ନୂଆ ଅଧିନାୟକଙ୍କ ସହ ନୂଆ ନାଁ ନେଇ ଆଇପିଏଲ ମଇଦାନରେ ନଜର ଆସିବ ଦିଲ୍ଲୀ ଦଳ । କାରଣ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରକୁ ଦଳ ବାଦ୍ ଦେଇଛି । ତେବେ ୨୦୧୯ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ନାମରେ ଜଣାଯିବ ।