କେବିସି ନାଁରେ ଲୋକଙ୍କୁ ଫସାଉଛି ପାକିସ୍ତାନ : ସାବଧାନ କରାଇଲା ପ୍ରତିରକ୍ଷା ମନ୍ତ୍ରାଳୟ ।

ପାକିସ୍ତାନ କିଭଳି ଭାରତର ଲୋକପ୍ରିୟ କୁଇଜ୍‌ ସୋ’ କୌନ୍‌ ବନେଗା କରୋଡ୍‌ପତିକୁ ନେଇ ଭାରତୀୟଙ୍କୁ ଠକିବାର ଯୋଜନା ଚଳାଇଛି ସେ ବିଷୟରେ ସତର୍କ ସୂଚନା ଜାରି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ ।

419

ପ୍ରତିରକ୍ଷା ମନ୍ତ୍ରାଳୟ ଏବେ ପାକିସ୍ତାନର କାର୍ଯ୍ୟକଳାପକୁ ନେଇ ଭାରତୀୟ ଜନସାଧାରଣଙ୍କୁ ସତର୍କ କରାଇଛି । ପାକିସ୍ତାନ କିଭଳି ଭାରତର ଲୋକପ୍ରିୟ କୁଇଜ୍‌ ସୋ’ କୌନ୍‌ ବନେଗା କରୋଡ୍‌ପତିକୁ ନେଇ ଭାରତୀୟଙ୍କୁ ଠକିବାର ଯୋଜନା ଚଳାଇଛି ସେ ବିଷୟରେ ସତର୍କ ସୂଚନା ଜାରି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ ।

  • ଜାରି କରାଯାଇଥିବା ସତର୍କ ସୂଚନାରେ ଲେଖାଯାଇଛି କି, ପାକିସ୍ତାନ କେବିସି ନାମରେ ନକଲି ଆକାଉଣ୍ଟ ଓ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ କରି ଲୋକଙ୍କୁ ନକଲି ମେସେଜ୍‌ ପଠାଉଛି । ମେସେଜ ପଠାଇ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ଲୋକଙ୍କ ନମ୍ବର ସାମିଲ କରିବା ପରେ ଲୋକଙ୍କୁ ଜାଲରେ ଫସା ଯାଉଛି । ଜାରି କରାଯାଇଥିବା ସତର୍କ ସୂଚନାରେ ଦୁଇଟି ନମ୍ବର ଦିଆଯାଇଛି । ଏହି ଦୁଇ ନମ୍ବର ଜରିଆରେ ଲୋକଙ୍କୁ କେବିସି ସମ୍ବନ୍ଧିତ ମେସେଜ ପଠାଇ ଫସା ଯାଉଥିବା କୁହାଯାଇଛି । ଯେଉଁ ଲୋକମାନେ ଏହି ନମ୍ବର ଥିବା ଗ୍ରୁପ୍‌ରେ ଅଛନ୍ତି, ସେମାନେ ତୁରନ୍ତ ଗ୍ରୁପ୍‌ ଛାଡ଼ନ୍ତୁ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସତର୍କ କରାଯାଇଛିି ।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଏବେ ବି ଏହାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରଖିଛି । ବିଭିନ୍ନ ପ୍ରକାରର ବାଟ ଆପଣାଇ ବିଫଳ ହେବା ପରେ ଏବେ ଏଭଳି ନକଲି ଆକାଉଣ୍ଟ କରି ଭାରତୀୟଙ୍କୁ ଫସାଇବାର ଯୋଜନା ପାକିସ୍ତାନ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।