ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାନହାନୀ ଅଭିଯୋଗ ଆଣିଲେ ମନଜିତ୍ । ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ନେଇ ଅନୁଭବଙ୍କ ନାଁରେ ଥାନାରେ ଦେଲେ ଏତଲା ।

590

କନକ ବ୍ୟୁରୋ : ସାଂସଦ ଅନୁଭବ- ମନଜିତ୍ ବିବାଦ ପ୍ରସଙ୍ଗ । ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାନହାନୀ ଅଭିଯୋଗ ଆଣିଲେ ମନଜିତ୍ ଦାଶ । କଟକ ପୁରୀଘାଟ ଥାନାରେ ଏନେଇ ଅଭିଯୋଗ ଆଣିଛନ୍ତି ମନଜିତ୍ । ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ମୋ ନାଁରେ ଅପପ୍ରଚାର କରୁଥିବା ବେଳେ ଏହା ଯୋଗୁଁ ମୋର ସମ୍ମାନହାନୀ ହେଉଛି ବୋଲି କହିଛନ୍ତି ମନଜିତ୍ । ତେଣୁ ତାଙ୍କ ବିରୋଧରେ ଆଇଟି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏତଲାରେ ଦର୍ଶାଇଛନ୍ତି ମନଜିତ୍ ।

 ଏହାପୂର୍ବରୁ ଗାଡି ପାର୍କିଂ ବିବାଦକୁ ନେଇ ପାଟିତୁଣ୍ଡ ହୋଇଥିବା ବେଳେ ମନଜିତଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ଅନୁଭବ । ଏପରିକି ଏତଲା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦୁର୍ବବ୍ୟହାର କରୁଥିବା ନେଇ ଅନୁଭବ ଅଭିଯୋଗ କରିଥିଲେ । ଅନୁଭବଙ୍କ ଏତଲା ଆଧାରରେ ମନଜିତଙ୍କୁ ଥାନାକୁ ଡାକିଥିଲା ପୋଲିସ । ସେତେବେଳେ ଅନୁଭବଙ୍କ ଗଣମାଧ୍ୟମ ସାମ୍ନାରେ ପାଲଟା ଅଭିଯୋଗ ଆଣିଥିଲେ ମନଜିତ । ସାଂସଦ ତାଙ୍କୁ ଦୁର୍ବ୍ୟବହାର କରୁଥିବା କହିଥିଲେ ମନଜିତ୍ ।  କିନ୍ତୁ ଏତଲା ଦେବାକୁ ମନା କରିଥିଲେ କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର କରୁଥିବାରୁ ଅନୁଭବଙ୍କ ନାଁରେ ଏତଲା କରିଛନ୍ତି ମନଜିତ୍ ।