ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଦୀପ-ବୀର୍ ! ସାମ୍ନାକୁ ଆସିଲା ବିବାହ ପ୍ରସ୍ତୁତିର ଫଟୋ ।

165

ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର ଏବଂ ଦୀପିକାଙ୍କ ବିବାହର ପ୍ରସ୍ତୁତି ଇଟାଲୀର କୋମୋ ଲେକ ଠାରେ ଆରମ୍ଭ ହୋଇସାରିଛି । ଗତକାଲି ମେହେନ୍ଦୀ ଏବଂ ସଙ୍ଗୀତ କାର‌୍ୟ୍ୟକ୍ରମ ସମ୍ପନ୍ନ ହୋଇସାରିଛି । ତେବେ ବିବାହ ପ୍ରସ୍ତୁତିର ଫଟୋ ସାମ୍ନାକୁ ଆସିଛି ।

ଦୁଇଜଣଙ୍କ ବିବାହ ୧୪ ଅର୍ଥାତ୍ ଆଜି କୋଙ୍କଣି ପରମ୍ପରା ଏବଂ ଆସନ୍ତାକାଲି ସିନ୍ଧୀ ପରମ୍ପରାରେ ସମ୍ପନ୍ନ ହେବ ।

କାର‌୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଦୁଇ ପରିବାରର ସଂପର୍କୀୟ ଇଟାଲୀରେ ପହଂଚି ସାରିଛନ୍ତି ।

ବିବାହର ଭେନ୍ୟୁ ଏତେ ସୁନ୍ଦର ଯେ ଏହାକୁ ଦେଖିବା ମାତ୍ରେ ଆପଣ ମଧ୍ୟ ଇଛା କରିବେ ଏହି ସ୍ଥାନରେ ବିବାହ କରିବା ପାଇଁ ।

ଖବର ଅନୁସାରେ ଏହି ବିଲା ରଣବୀର ଏବଂ ଦୀପିକାଙ୍କ ପାଇଁ ସଂପୂର୍ଣ୍ଣ ଭାବରେ ବୁକ କରାସରିଛି ।

ଇଟାଲୀର ଲେକ କୋମୋ ଇତିହାସ ୧୦ ବର୍ଷ ପୁରୁଣା ।ଏହା ସଂପୂର୍ଣ୍ଣ ଭାବରେ ପ୍ରାକୃତିକ ସୌନ୍ଦର‌୍ୟ୍ୟରେ ଭରପୂର ।

ବଗିଚାରେ ଅତିଥିଙ୍କ ଆରାମ ପାଇଁ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରାଯାଇଛି ।